Tuesday, March 14, 2023
ଦର୍ପଣର ପରାମର୍ଶ, 'ସ୍ବାଧିନ ଦେଶର ସ୍ବାଧିନ ଚାବିକାଠି', ଆମ ହୃଦୟ
----------
'ବ୍ୟକ୍ତି ଗତ ସ୍ବାଧୀନତା ନା ବଞ୍ଚିବାପାଇଁ ସାଧାରଣ ଓ ମୌଳିକ ଆବଶ୍ୟକତା', 'ସମଭାବାପନ୍ନ ନା ମୁଲଭୂତ ବ୍ୟବସ୍ଥା: ଯଥା ଗୃହ, ବିଜୁଳି, ପାନୀୟ, ରୋଡ ରାସ୍ତା ଇତ୍ୟାଦି'। 'ଧର୍ମ ନା ବିକାଶ', ଏସବୁ ପ୍ରଶ୍ନ ର ଉତ୍ତର ସରଳ ନୁହେଁ କିନ୍ତୁ, ଏହାର ଉତ୍ତର ଦେବାପାଇଁ ପଡେ। ଉତ୍ତର ଆମେ ଅନେକଙ୍କୁ ଦେଇ ଥାଉ, ବିଭିନ୍ନ ସମୟରେ: ନିଜ ସାଙ୍ଗ ସାଥିଙ୍କ ଦଳରେ, ନିଜ ପରିବାର ଭିତରେ, ଦପ୍ତରରେ, ବଜାର ଓ ବସ୍, ରେଳ, ଉଡାଜାହାଜ ଇତ୍ୟାଦି ଯାତ୍ରାରେ। ରାଷ୍ଟ୍ରର ଯାତ୍ରାରେ ନାଗରିକ କାହାକୁ ଉତ୍ତର ନ ଦେଲେବି ନିଜକୁ ନିଜେ ଧର୍ମ ନା ବିକାଶ, ଏହି ପ୍ରଶ୍ନ ର ଉତ୍ତର ରଖିଥାଏ, ବିଶେଷ କରି ଯେତେବେଳେ ସେ ନିଜର ଭୋଟ ଖଣ୍ଡିକର ଅଧିକାର ବେଲଟ ବାକ୍ସରେ ପୁରେଇ ଦିଏ ବା ଇଭିଏମ ମେଶିନରେ ଆଙ୍ଗୁଳିଟି ଚାପି ଦିଏ। ଧର୍ମ ନା ବିକାଶ, ଏହି ପ୍ରଶ୍ନର ଘେରରେ ଆମେ ସମସ୍ତେ। 'ବ୍ୟକ୍ତି ଗତ ସ୍ବାଧୀନତା ନା ବଞ୍ଚାଇବାପାଇଁ ସାଧାରଣ ଓ ମୌଳିକ ଆବଶ୍ୟକତା', 'ସମଭାବାପନ୍ନ ନା ମୁଳଭୂତ ବ୍ୟବସ୍ଥା: ଯଥା ଗୃହ, ବିଜୁଳି, ପାନୀୟ, ରୋଡ ରାସ୍ତା' ଏହା ଅନେକ ସମୟରେ ଗୌଣ।
ପ୍ରତ୍ୟେକ ଶିକ୍ଷିତ ଓ ସୂଚନା ପ୍ରେମୀ ଏହି ପ୍ରଶ୍ନ ସହିତ ପ୍ରତ୍ୟେକ ଦିନ ମୁକାବିଲା କରୁଛନ୍ତି। ସାଂପ୍ରତିକ ରାଜନୈତିକ ପ୍ରାୟୋଜିତ ସମାଜରେ ଆମେ ଶିକ୍ଷିତ ଓ ସୂଚନା ପ୍ରେମୀ, ନିଜକୁ ଏହି ପ୍ରଶ୍ନ ଚକ୍ରରୁ ବାହାରକରି ପାରିବା ନାହିଁ ବୋଲି ମନେ ହୁଏ। ଆମେ ଅନେକେ, ଆଶ୍ଚର୍ଯ୍ୟ ହେଉ, ଭୋଟ ପରର ଫଳାଫଳ ଦେଖି, ସନ୍ତୁଷ୍ଟ ବି ହେଉ ଓ ଅସନ୍ତୁଷ୍ଟବି ହେଉ। ପାର୍ଲିଆମେଣ୍ଟ ବା ସଂସଦ ଓ ଏସେମବ୍ଲି ବା ବିଧାନସଭା ଆମର ଦେଶର ଚିତ୍ର ନହୋଇ ପାରେ, କିନ୍ତୁ ଆମ ସମସ୍ତଙ୍କର, ଆମ ମନର ଗଭୀରତମ ପ୍ରଦେଶ ମାନଙ୍କର ସାମୁହିକ ଚିତ୍ର। ଆମେ ଆମ ମୁଁହକୁ ବା ସାମୁହିକ ମୁହଁକୁ ପସନ୍ଦ କରିନପରୁଁ କିନ୍ତୁ, ଦର୍ପଣ ସତ କହେ। ଦର୍ପଣର ସତ୍ୟତା କୁ ପ୍ରତ୍ୟାଖ୍ୟାନ କରିହେବ ନାହିଁ। ଦର୍ପଣର ସତ୍ୟତାକୁ ଭଲ ନଲାଗିଲେ ନିଜକୁ ପରିବର୍ତ୍ତନ କରିବାକୁ ପଡେ। ଦର୍ପଣର ସତ୍ୟତା ଭଲ ଲାଗିଲେ ଆମେ ସମସ୍ତେ ମନରେ ଓ ମୁହଁରେ ହସଟେ ଖେଳେଇ ଦେଇ, ଆତ୍ମ ତୃପ୍ତି ଲାଭକରି, ନିଶ୍ଚିନ୍ତ ହୋଇ ବାହାରକୁ ବାହାରି ଥାଉଁ। ହୁଏତ ବାହାର ଦୁନିଆ ଭଲ ନ ଲାଗିପାରେ, କିନ୍ତୁ ନିଜ ମନ ଅନେକ ସମୟ ଧରି ଭଲ ରହେ। ସତ୍ୟତା ଓ ସ୍ଵାଧୀନତା ମଣିଷର ହୃଦୟକୁ ଖୁଶିଦିଏ। ସତ୍ୟତା, ଓ ସ୍ଵାଧୀନତା ମଣିଷର ଦେହ, ସ୍ବାସ୍ଥ୍ୟ ଭଲ ରଖିବାର ପ୍ରଥମ ପାହାଚ। ଯଦି ନିଜର ଦୁନିଆ ଓ ବାହାର ଦୁନିଆ ସୁନ୍ଦର୍ ନୁହେଁ, ସମସ୍ତଙ୍କୁ ନିଜଠୁ ଆରମ୍ଭ କରିବାକୁ ପଡିଥାଏ। ସୁନ୍ଦର୍ ଦେଖାଯିବା ପାଇ, ଆରମ୍ଭ ହୁଏ ନିଜର ଖଟର ନିଦ୍ରା, ଥାଳିର ଖାଦ୍ୟ, ମୁହର ସାବୁନ, ପାଉଡର, ତେଲ ଇତ୍ୟାଦି ଠାରୁ। ନିଜକୁ ସଜାଡିବାକୁ ପଡେ। ବାହାରକୁ ଯିବାପାଇଁ ନିଜର ଚପଲ, ଜାମା, ସାଇକେଲ କିମ୍ବା କୌଣସି ବାହନ ରେଡି ରଖିବାକୁ ପଡେ। ଘର ବାହାରେ ରାସ୍ତା, ବଜାର, ଦପ୍ତର, ଶିଳ୍ପ, ଉଦ୍ୟୋଗ ଏସବୁର ଉପଲବ୍ଧତା ଓ ସୌନ୍ଦର୍ଯ୍ୟ କରଣ ସରକାରଙ୍କ ଉପରେ ନିର୍ଭର କରେ। ହୋଇ ପାରେ ତାହା ସ୍ଥାନୀୟ ସରକାର ବା ଦୁରେ ଥିବା ରାଜ୍ୟ ଓ କେନ୍ଦ୍ରରେ ଥିବା ସରକାରମାନଙ୍କ ମାନସିକତା ଓ କାର୍ଯ୍ୟ ଦକ୍ଷତା ଉପରେ ନିର୍ଭର କରେ। ଯେଉଁ ଭୋଟ ଖଣ୍ଡକ, ଭୋଟ ବାକ୍ସରେ ଭରିଦେଉଁ ବା ଆମ ଆଙ୍ଗୁଠିରେ ଇଭିଏମ୍ ମେସିନରେ ଚାପି ଦେଉଁ , ତାହା ଆମର ରାସ୍ତା, ବଜାର, ଦପ୍ତର, ଶିଳ୍ପ, ଉଦ୍ୟୋଗ ଏସବୁର ସଂଖ୍ୟା ଓ ଗୁଣାତ୍ମକ ଉପଲବ୍ଧତା ଓ କାର୍ଯ୍ୟକୁ ନିଶ୍ଚିତ କରେ। ଭୋଟ ଖଣ୍ଡିକ ଦେବା ପୂର୍ବରୁ ଯାହା, ଦେଖୁ, ଶୁଣୁ, ଅନୁଭବ କରୁ, ତାହା ଏକ ବ୍ୟବସ୍ଥା ମାଧ୍ୟମରେ ସୁନିଶ୍ଚିତ ହୁଏ, ପ୍ରଭାବିତ ହୁଏ ଏବଂ ପ୍ରଭାବିତ କରାଯାଏ। ଏହି ବ୍ୟବସ୍ଥାକୁ ଆମର ସାଥୀ, ସହକର୍ମୀ, ପରିବାର ଓ ଆମର ଆନୁଷ୍ଠାନିକ ବା ଅଣ ଆନୁଷ୍ଠାନିକ ମଣ୍ଡଳୀ, ବ୍ୟବହାର ଓ ଭାବର ଆଦାନ ପ୍ରଦାନ ମାଧ୍ୟମରେ ନିର୍ଧାରଣ କରେ। ଏହି ବ୍ୟବସ୍ଥା, ସ୍ବାଧୀନ ଦେଶର ବ୍ୟକ୍ତି ବିଶେଷ ମାନଙ୍କ ସ୍ଵାଧୀନତା ଓ ସ୍ବାଧିନ ଚିନ୍ତା, ସମୀକ୍ଷା, ଦେଶର ସମ୍ବିଧାନ ବ୍ୟବସ୍ଥା, ସମ୍ବିଧାନ ଦ୍ଵାରା ସୁନିଶ୍ଚିତ ହୋଇଅଛି।
ସ୍ୱାଧୀନତା ଓ ପରାଧିନତା ଗୋଟିଏ ଅନୁଭବ। ଏହା ହାକିମ, ଅଭିଭାବକ, ଅଧିକାରୀ, ଓ ଶାସକଙ୍କ ଉପରେ ନିର୍ଭର କରେ ଓ ନିଜ ଉପରେ ମଧ୍ୟ ନିର୍ଭର କରେ। କିନ୍ତୁ ହାକିମ ମାନେ ଏହାକୁ ନିଶ୍ଚିତ କରନ୍ତି, ପରିବେଶ ସୃଷ୍ଟି କରନ୍ତି ଓ ଆୟତ୍ତ ମଧ୍ୟ କରନ୍ତି। ଭାରତ ପରି ସାମନ୍ତ ବାଦି ଇତିହାସ ଥିବା ସମାଜରେ, ଏହା ହାକିମ, ଅଭିଭାବକ, ଅଧିକାରୀ, ଓ ଶାସକଙ୍କ ଉପରେ ନିର୍ଭର କରିଆଶୁଅଛି।
କୁକୁରକୁ ଚେନ୍, ଭଲବି ଲାଗେ ଖରାପବି ଲାଗେ। କୁକୁର କେତେବେଳେ ବାନ୍ଧି ହେବାକୁ ପସନ୍ଦ କରେ ତ କେତେବେଳେ ଖୋଲା ଛାଡ଼ି ହୋଇ ରହିବାକୁ ପସନ୍ଦ କରେ। କୁକୁର କେତେବେଳେ ଚେନ୍ ଥାଇ ସ୍ବାଧିନ ବା କେତେବେଳେ ଚେନ୍ ନଥାଇ ବନ୍ଧନ ଅନୁଭବ କରେ। କୁକୁରବି ଜାଣିପାରେ। ଦୁରେ ଥିବା ପାଚେରି ଭିତରର ଦୁନିଆ ଓ ପାଚେରି ବାହାର ଦୁନିଆ ଅନେକ ସମୟରେ ଚେନ ବନ୍ଧା କୁକୁର ଜାଣି ପାରେ ନାହିଁ। ଅନେକ ଚେନ ବନ୍ଧା କୁକୁର ମାଲିକର ଭଲ ଖାଦ୍ୟ, ଗୃହ, ବ୍ୟବସ୍ଥା ସତ୍ତ୍ୱେ ପାଚେରି ବାହାରକୁ ଚାଲି ଯିବାକୁ ଭଲ ପାଇଥାନ୍ତି। ମଣିଷ କିନ୍ତୁ ସର୍ବ ଶ୍ରେଷ୍ଠ ପ୍ରାଣୀ। ସ୍ୱାଧୀନତା କୁ ନେଇ ଏହାର ବ୍ୟକ୍ତିତ୍ୱର ବିକାଶ ଓ ସାମଗ୍ରିକ ବିକାଶ ହୋଇଥାଏ, ଯାହାର ଫଳା ଫଳ ମାନବ ସମାଜ ଭୋଗ କରେ।
ବିନା ମୂଲ୍ୟରେ ଚାଉଳ, ଘର, ବିଜୁଳି ପାଣି ଇତ୍ୟାଦି ଏହା ଆମ ଦେଶର କୋଡ଼ିଏ ପ୍ରତିଶତ ନାଗରିକଙ୍କୁ ନଦେଲେ, ତାଙ୍କ ଜୀବନ ଓ ଜୀବିକା ଠପ୍ ହୋଇଯିବ। ଏକ ଦାୟିତ୍ୱ ପୂର୍ଣ୍ଣ ସଭ୍ୟ ସମାଜ ଓ ରାଷ୍ଟ୍ର, ଏହା ଅଲଟ୍ରା ପୂଅର ବା ଅଣୁ ବା ଅତି ଗରିବଙ୍କ ପାଇ ବ୍ୟବସ୍ଥା ନଥିଲେ ସୁନିଶ୍ଚିତ କରିଥାଏ। କିନ୍ତୁ ପ୍ରଶ୍ନ ଉଠୁଛି, ଏହା ଆମର ସ୍ବାଧିନ ଭାବରେ ବିନା ପ୍ରଭାବିତ ହୋଇ ଭୋଟ ଦେବା ଅଧିକାରକୁ ପ୍ରଭାବିତ କରୁ ନାହିଁତ?
ଦେଖି ହେଉଛି, ଆଗକୁ, ପେନସନ୍ ବା ଅବସର କାଳୀନ ଭତ୍ତା ନଥିବା ବା ସ୍ୱଳ୍ପ ମାତ୍ରାରେ ପେନସନ୍ ବା ଅବସର କାଳୀନ ଭତ୍ତା ପାଉ ଥିବା ବ୍ୟବସ୍ଥାର ସରକାରୀ, ବେସରକାରୀ, ଶିଳ୍ପ ଅନୁଷ୍ଠାନ ଇତ୍ୟାଦିର କର୍ମଚାରୀ, ଆଗାମୀ କୋଡ଼ିଏ ବର୍ଷରେ, ସୁଲଭ ମୂଲ୍ୟର ସରକାରୀ, "ପାଞ୍ଚ ଟଙ୍କିଆ ଖାଦ୍ୟ ବିତରଣ କେନ୍ଦ୍ର" ମାନଙ୍କରେ ଲମ୍ବା ଲାଇନ ସକାଳେ ଓ ସନ୍ଧ୍ୟାରେ ଲଗାଇବେ। ଏବେ ଲାଇନ ପ୍ରାୟ ଦେଖା ଯାଉ ନାହିଁ ସତ, ଆଗକୁ, ପୋଲିସ ଲାଇନ ବୋଧେ ସଜାଡ଼ିବ। ଚିନି, ଗହମ ପାଇଁ, ଦିନ ଥିଲା ଦେଶର ଅର୍ଦ୍ଧେକ ପରିବାର ଗୁଡ଼ିକ ଲାଇନ ବାନ୍ଧୁଥିଲେ। ଆଜି ସମସ୍ତେ ଚିନି, ନିଜେ କିଣି ଖାଉଛନ୍ତି। ସାଧାରଣ ସ୍ବାସ୍ଥ୍ୟ ପାଇଁ ଔଷଧ ବିନା ମୂଲ୍ୟରେ ପ୍ରାୟ ସବୁ ସ୍ବାସ୍ଥ୍ୟ କେନ୍ଦ୍ରରେ ମିଳିଲାଣି। ବିଜୁଳି, ରାସ୍ତା, ପାନୀୟ, ରେଳ, ଉଡାଜାହାଜ ମୂଳଭୂତ ଉନ୍ନତି ଯଥେଷ୍ଟ ମାତ୍ରାରେ ବଢ଼ି ଚାଲିଛି, ଉନ୍ନତି କରଣ ହେଉଛି, ଏହା ଆଗକୁ ଆହୁରି ସ୍ଵିଡେନ ଦେଶ ପରି ଉନ୍ନତ ହେବ। ସାଧାରଣ ବଞ୍ଚିବାର ମାତ୍ରା ଓ ଗୁଣ ଯେକୌଣସି ଦଳ ସରକାର ଗଠନ କରି, ମାନ ଦଣ୍ଡ ବଢାଇ ଚାଲିବେ, ଏହା ସୁନିଶ୍ଚିତ। କିନ୍ତୁ ପ୍ରଶ୍ନ ଉଠୁଛି ଏହି କାର୍ଯ୍ୟ କ୍ରମ ମାଧ୍ୟମରେ ଆମର କୁକୁର ଯେପରି କେତେବେଳେ ଚେନରେ ବନ୍ଧା ହୋଇ ସ୍ବାଧିନ ତ କେତେବେଳେ ବିନା ଚେନ୍ ରେ ବନ୍ଧା ନହୋଇ ପରାଧୀନ, ସେପରି ଆମେମାନେ ଓ ଆମର ଭୋଟ ଗୁଡ଼ିକ ହେଇ ଚାଲିବ ନାହିଁତ? ସ୍ବାଧିନ ନିଷ୍ପତ୍ତି ଓ ସ୍ୱାଧିନ ଭାବରେ ମତ୍ତ ଦେଉଥିବାତ?
ବର୍ତ୍ତମାନ ଦେଶରେ ସୂଚନାର ଆକର୍ଷଣୀୟ ଓ ଲୋକ ପ୍ରିୟ ମାଧ୍ୟମ ହେଉଛି ଟେଲିଭିଜନ, ମୋବାଇଲ ଫୋନର ଭିନ୍ନ ଭିନ୍ନ ଏପ୍, ତାପରେ ରେଡ଼ିଓ ଓ ଖବର କାଗଜ। ଏହା ଆମକୁ ଦର୍ପଣ ଆଗରେ ଠିଆ ହେବା ପୂର୍ବରୁ ଯେପରି, ପାନିଆ, ତେଲ, ପାଉଡର, ସାବୁନ, ପାଣି ଇତ୍ୟାଦିର ଦରକାର ପଡେ, ସେପରି ଏହି ଉପକରଣ ଗୁଡ଼ିକ ସୂଚନା ଓ ତଥ୍ୟ ଦେବାର କାମ କରେ। ସ୍ବାଧିନ ଓ ସତ୍ୟ ସୂଚନା ଓ ତଥ୍ୟ ନାଗରିକଙ୍କ ପାଇଁ ସିଦ୍ଧାନ୍ତରେ ଉପନୀତ ହେବା ପାଇଁ ସମୁଚିତ। ପାନିଆ, ତେଲ, ପାଉଡର, ସାବୁନ, ପାଣି ଇତ୍ୟାଦିର ଆବଶ୍ୟକତା ସୁନ୍ଦର ଦେଖାଯିବା ପାଇଁ। କିନ୍ତୁ ଅନାବଶ୍ୟକ ମନେ କରୁଥିବା ଲୋକଙ୍କ ସଂଖ୍ୟା ବହୁତ କମ। ସେମାନେ ମନର ଓ ହୃଦୟର ସ୍ଵନ୍ଦର୍ଯ୍ୟତା ଉପରେ ବିଶେଷ ଗୁରୁତ୍ବ ଦିଅନ୍ତି। ନିଜର ଭାଷା ଓ ବିଚାର, ଅନ୍ୟର ଭାଷା ଓ ବିଚାର, ପରସ୍ପରର ଭିତରେ ସମ୍ପର୍କ, ବ୍ୟବହାର ଉପରେ ଗୁରୁତ୍ବ ଦିଅନ୍ତି। ପରିବାର, ଦପ୍ତର, ଅନୁଷ୍ଠାନ ଓ ଅଣ ଆନୁଷ୍ଠାନିକ ମଣ୍ଡଳୀର ଭାଷା, ବିଚାର ଓ ସମ୍ପର୍କ ଉପରେ ଗୁରୁତ୍ବ ଦେଇ, ନିଜର ଅନ୍ତର୍ନିହିତ ଓ ବାହ୍ୟ ଜଗତର ସୁନ୍ଦରତାକୁ, ସଭ୍ୟତାର ମାନ ଦଣ୍ଡ ମାନନ୍ତି। ସ୍ବାଧିନ ନିଷ୍ପତି ଓ ସ୍ବାଧିନ ମତ ପ୍ରକାଶ, ସଭ୍ୟତାର ମାନ ଦଣ୍ଡ ବୋଲି ବିଚାର କରନ୍ତି।
ଆଜି ଦେଶରେ ଅତି ଉଚ୍ଚ ଶିକ୍ଷିତ, ଜ୍ଞାନି, ଗୁଣୀ କିଛି, ଧନ ପାଇଁ ଓ ଦେଖାଣିଆ ମାନ ପାଇଁ ଆକୃଷ୍ଟ ନୁହନ୍ତି। ଉଚ୍ଚ ଶିକ୍ଷିତ ହୋଇ ସୁଲଭ ମୁଲ୍ୟ ସରକାରୀ ଖାଦ୍ୟ ପାଇଁ ଦ୍ୱିଧା ବୋଧ କରନ୍ତି ନାହିଁ। ମଳି ମୁଣ୍ଡିଆଙ୍କ ବସ୍ତି ଓ ଗ୍ରାମକୁ ଯାଇ ବସନ୍ତି, ଆଉ ସେମାନଙ୍କର ମତରେ ଆଜି ଭାରତୀୟ ସମାଜ, ବ୍ୟକ୍ତିଗତ ସ୍ବାଧୀନତା ହରାଉଛି, ବ୍ୟକ୍ତିଗତ ସୌନ୍ଦର୍ଯ୍ୟତା ଓ ଅନ୍ତର୍ନିହିତ ସୌନ୍ଦର୍ୟତା ହରାଉଛି। ବସ୍ତୁତ୍ଵ, ନିଜର ସ୍ଵଭିମାନ ହରାଉଛି। ସତ୍ୟତା ଓ ସ୍ଵାଧୀନତା ଆମ ସମସ୍ତଙ୍କ ପାଇଁ ବ୍ୟକ୍ତି ଭାବରେ, ସମାଜ ଭାବରେ ଓ ରାଷ୍ଟ୍ର ଭାବରେ ଚିର ପ୍ରୟୋଜନ। ତେବେ ପ୍ରଶ୍ନ ଉଠେ, କିଏ ଆଜିର ବିଧାନ ସଭା ଓ ସଂସଦର ଚିତ୍ର ଓ ଚରିତ୍ର ସୃଷ୍ଟି କରୁଛି?
ଆମ ସମସ୍ତଙ୍କ ପାଇ ବନ୍ଧନ ହେଉଛି, ବାହାରେ ଦିଶୁଥିବା ସୁଲଭ ମୂଲ୍ୟର ସାମଗ୍ରୀ, ଚାଉଳ, ଘର, ବିଜୁଳି, ପାଣି, ରଙ୍ଗୀନ: ରୋଡ, ରାସ୍ତା, ଟ୍ରେନ ଓ ଉଡାଜାହାଜ ଇତ୍ୟାଦି।
ଆମ ବିଧାନସଭା, ଆମର ସଂସଦର ଓ ଏହାର ଦଳ ଭିତ୍ତିକ ସଂଖ୍ୟା ଓ ଏହି ଭବ୍ୟ ପ୍ରାସାଦ ଭିତର ନିଷ୍ପତି ଓ ଏହି ଭବ୍ୟ ପ୍ରାସାଦର ଆଲୋଚନା, କ'ଣ ଆମର ସ୍ବାଧିନ ମୁହଁର ଚେହେରା ନା ପରାଧୀନ ମୁହଁର ଚେହେରା? ଏହି ଚେହେରାର ବ୍ୟତିକ୍ରମ ବା ନାପସନ୍ଦ, ଦର୍ପଣର ବ୍ୟତିକ୍ରମ କହିବା ସହିତ ସମାନ। ଏହାକୁ ସୁଧାରିବାକୁ ହେଲେ ନିଜକୁ ସୁଧାରିବାକୁ ପଡ଼ିବ। ଏଥିପାଇଁ, ଆମର ନିଜସ୍ୱ ନିଜତ୍ବ, ଆମରି ପାଖରେ ଥିବା ସୂଚନା ଓ ଆମରି ସର୍ବୋଚ୍ଚ ନ୍ୟାୟାଳୟ, ଦେଶର ହେଉ ବା ଆମ ନିଜସ୍ୱ ମସ୍ତିଷ୍କର ନ୍ୟାୟାଳୟ ହେଉ, ତାହା ଆମ ପାଖରେ ଥିବା ସୂଚନା ଓ ନ୍ୟାୟାଳୟ ଉପରେ ନିର୍ଭର କରୁଛି, ତାକୁ ସୁଧାରିବାକୁ ପଡ଼ିବ।
ଆତଙ୍କ ବାଦ୍, ନକ୍ସଲ ବାଦ୍, ମନ୍ଦିରରେ ପ୍ରବେଶ ବାରଣ, ଜାତିଗତ ଓ ଧର୍ମଭିତ୍ତିକ ଅସହିଷ୍ଣତା ଦାରିଦ୍ର୍ୟତା, ଜାତି ଓ ଧର୍ମକୁ ନେଇ ହତ୍ୟା, ଅଣଅଧିକାର ପ୍ରାପ୍ତ ବସ୍ତି ବାସି, ସରକାରୀ ଭିକ୍ଷୁକ ବା ସାଧାରଣ ସାମଗ୍ରୀର ହିତାଧିକାରୀ, ଏସବୁ ସାଙ୍ଗକୁ ପାଞ୍ଚ ଟ୍ରିଲିଅନ ଡଲାର ଅର୍ଥନୀତି, ବହୁସଂଖ୍ୟକ ଶିଳ୍ପ ଉଦ୍ୟୋଗିଙ୍କ ହାତରେ ସୂଚନା-ପ୍ରସାରଣ ସେବା, ବିଶ୍ଵ ସ୍ତରୀୟ ଶିଳ୍ପ ପତି, ବିଶ୍ଵର ସର୍ବ ବୃହତ୍ ଭୋଟ ଦାତା, ବିଶ୍ଵର ସବୁଠୁ ବେଶି ବିଚାରାଧୀନ କୋର୍ଟ କେସ, ବର୍ତ୍ତମାନ ଆମ 'ଦେଶର ମୁହଁର ଛବି' ଅଟେ। ଏହି ଛବି ପ୍ରତ୍ୟେକଙ୍କ ଦର୍ପଣରେ, ସୁସ୍ପଷ୍ଟ ଅନୁଭୂତ ହେଉଛି। ପ୍ରଶ୍ନ ଉଠେ, ଦେଶର ଏହି ଛବିକୁ କିଏ ସଜାଡ଼ିବ।
ଦର୍ପଣ ବା ଦେଶର ଭୌଗଳିକ ସ୍ଥିତିତ ସ୍ଥିର ଅଟେ। ମନେ ହୁଏ ଆମ ନାଗରିକ ମାନଙ୍କୁ, ଆମକୁ ହିଁ ଆମର ମୁଁହ ଓ ଅନ୍ତରକୁ ସଫା କରିବାକୁ ପଡ଼ିବ। ଦର୍ପଣର ପରାମର୍ଶ, 'ସ୍ବାଧିନ ଦେଶର ସ୍ବାଧିନ ଚାବିକାଠି' ଆମ ହୃଦୟର ଗଭୀର ତମ ପ୍ରଦେଶର ନିଷ୍ପତି।
ସମାଜ ସେବାରେ,
ଡୁଇଟ ଡେଭିଡ ଫୀଲିପ
ଚାଇବାଶା, ଝାଡ଼ଖଣ୍ଡ
୯୪୩୭୧୦୪୩୦୩