ମୁଁ ଜଣେ ପ୍ରଚାରକ

ମୁଁ ଜଣେ ପ୍ରଚାରକ
______________
ଶୋଇଲେ ନ ଶୋଇଲେ 
ବାହାରିଲେ ନ ବାହାରିଲେ
ପାଟି ଫିଟାଇଲେ ନ ଫିଟିଇଲେ
ବେଶ ହେଲେ ନ ହେଲେ
କିଛି କଲେ ନ କଲେ
ଗାରତ ଟାଣିଛି କାହାର ମନେ !

ଜନ୍ମ, ମୃତ୍ୟୁ ଓ ଜୀବନ,
କ୍ଷଣ, ଲକ୍ଷଣ ଓ ସମୟ,
ଆଖି ଓ ଅନୁଭୂତି କଲମ,
ସ୍ମରିଲେ ହୁଏ, କବିତା ବା ଗଳ୍ପ,

ପରିଚୟ, ପ୍ରଚାର, ମୁଁ ମୋହର !
ନାହିଁ ହାତରେ ଆରମ୍ଭ ଓ ଶେଷ,
ନାହିଁ ବାଲ୍ୟ ଓ ଜରା ଜୀର୍ଣ୍ଣ ଅବଶେଷ,
କାହିଁକି ନ ନେବି ମୁଁ ମୋ ପରିଚୟର ଦୋଷ?

ଶୀର୍ଷକଟି ଲେଖିଛି ମୋ ଯୌବନ,
ଅନ୍ତରା ଲେଖିଛି ଯେବେ ପରିପକ୍ଵ,
ଉପସଂହାର ଯେବେ ହେଉଛି ସେଶ,
ଜାଣନ୍ତି ମୋ ମିତ୍ର, ଶତ୍ରୁ ଓ ପଦାତିକ।

କ୍ରୋଧ, ହସ ଓ କ୍ରନ୍ଦନ,
ବାଛି ପାରିନି ମୋ ପରିଚୟ,
ଚାହିଁ ନ ଚାହିଁ ମୁଁ ମୋ ପ୍ରଚାରକ,
ମୃତ୍ୟୁ ପରେବି ସମାଜ କହୁଛି ବୋଝ। 

ଡୁଇଟ ଡେଭିଡ ଫିଲିପ
ଓକିଲ ନ୍ୟାୟ ପାଇଁ,
ବଡ ପଡା, ଭବାନୀପାଟଣା 
କଳାହାଣ୍ଡି, ଓଡ଼ିଶା ୭୬୬୦୦୧
୯୪୩୭୧୦୪୩୦୩.
୦୧/୧୦/୨୦୨୪
ମହାତ୍ମା ଗାନ୍ଧୀ ଓ ସାସ୍ତ୍ରୀଙ୍କ ଦେଶ ହୋଇ ଆଉ ନାହିଁ ଭାରତ
ତାଙ୍କ ପାଇଁ ଏ କବିତା ସମର୍ପିତ

edit

No comments:

Post a Comment

Contact Here

Name

Email *

Message *