ନୟନ ଟେ କିଏ ଆଙ୍କିଲା,
Saturday, September 7, 2024
ନୟନ ଟେ କିଏ ଆଙ୍କିଲା,
-------------
ନିର୍ଦାଗ ଧଳା ବୋର୍ଡ ରେ ନୟନ ଟେ କିଏ ଆଙ୍କିଲା,
ଦେଖୁ ଦେଖୁ ଆଖିଟି କାନ୍ଦି ବସିଲା,
ଅଖିଟି କାନ୍ଦୁ କାନ୍ଦୁ ଆଖି ବୁଜିଦେଲା,
କାନ୍ଦି ବା ଆଖି, ବୁଜିଲା ଆଖି, କୁଆଡେ ସେ ମିଳେଇ ଗଲା।
ଆଉ ଥରେ କି ଆଖିଟା ଆସନ୍ତା,
ପୋଛି ଦିଅନ୍ତି ତା ଅଶ୍ରୁ ଟୋପା,
ହସାଇ ଦିଅନ୍ତି ତା ଗାଲ ଦୁଇଟା,
ଦିଅନ୍ତି ନା ନା ରଙ୍ଗର ସ୍ନେହ ମମତା।
ଗଲା, ସେହି ଆଖି ଯାହା ବୁଯିଲା,
କାନ୍ଦିବା ଆଖି ଆଜି ନୁହେଁ ନୂଆ,
ସଦ୍ୟ ଆଖି ଅନେକ ଅଛି ଭିଜା,
ପୋଛିଦେ, କରୁଛି ସ୍ଵର୍ଗକୁ ସେ ଅପେକ୍ଷା।
ନାଁ ଓ ଗାଁ ନିଜେ କହନ୍ତି, ଅନେକ ଅଛନ୍ତି ଆମକୁ ଜଣା!
ପହଞ୍ଚିଲେ ହେଲା।
ଡୁଇଟ ଡେଭିଡ ଫିଲିପ
ଓକିଲ ଓ ସାମାଜିକ ଅଧିକାର ପାଇଁ
ଭବାନୀାଟଣା, ୭୬୬୦୦୧
୯୪୩୭୧୦୪୩୦୩
edit
No comments:
Post a Comment