କଲମ ନା ମନ ଭାଙ୍ଗିଲା
Tuesday, September 3, 2024
କଲମ ନା ମନ ଭାଙ୍ଗିଲା
-------++----------
କଲମ ଭାଙ୍ଗି ଗଲା ରାତିର ଭୟରେ,
କଲମ ଡରିଗଲା କାଳୀର ଗରମରେ,
କଳା, କାଳୀ, ନିବ, ଖଣ୍ଡା ତୋପ ପରି
ଖଣ୍ଡାଠୁ ଶକ୍ତି ଶାଳୀ ଡରିଲା କେମିତି ?
ନିଆଁ, ବଢ଼ି, ଭୂମିକମ୍ପରେ କଲମ ଡରିନି,
ଇଂରେଜ୍, ମୋଗଲର ଅନ୍ତେଷ୍ଟିସେ କରିଛି,
କଲମ ଭାଙ୍ଗିଛି, ମାନପତ୍ର ମାନ ତ୍ୟାଗୀ,
ଦଙ୍ଗା, ଧର୍ଷଣ, ଜେଲ ଦଣ୍ଡ ଇ.ଡିଙ୍କ ଲାଗି?
କଲମ ଡରନା, କନ୍ଧ, କୁଟିଆ, ହାଡ଼ି ଏବେବି କାନ୍ଦୁଛି,
କଲମ ଡରନା, ବଣ, ଜମି, ଖଣି, ନଦୀସେ ଲୁଟୁଛନ୍ତି,
କଲମ ଡରନା, ଅନେକ ଆଖିରୁ ସାହିର ଗଙ୍ଗା ଝରୁଛି,
କଲମ ଡରନା, ପୃଥିବୀ ଓ ଆକାଶର ବକ୍ଷ ତୋହରିବି।
ବହୂ ନହୋଇ ଝିଅ ମାଁ ହେଉଛି ମାଁର ଏନ୍ତୁଡ଼ିଶାଳରେ,
ଛୁଆ ନାଁ ପରେ ଜାତୀ ଲେଖା ବାଧ୍ୟ ତାଙ୍କ ଅଫିସରେ,
ଚାକିରି ଓ ଆୟ କିଏ ଆରବରେତ କିଏ ଟଙ୍କାଥାକେ,
କଲମ ଡରନା, ତୋ ସମାଧି ନିଶ୍ଚେ ଲୁହର ମୁକ୍ତାରେ।
ଡୁଇଟ ଡେଭିଡ ଫିଲିପ
ଓକିଲ ନ୍ୟାୟ ପାଇଁ,
ବଡ ପଡା, ଭବାନୀପାଟଣା
କଳାହାଣ୍ଡି, ଓଡ଼ିଶା ୭୬୬୦୦୧
୯୪୩୭୧୦୪୩୦୩.
edit
No comments:
Post a Comment