ଦେଖ ଖରା ମୃତ୍ୟୁ ଖୋଜୁଛି
Friday, May 31, 2024
ଦେଖ ଖରା ମୃତ୍ୟୁ ଖୋଜୁଛି
______________
ଦେଖ ଖରା ମୃତ୍ୟୁ ଖୋଜୁଛି,
ଗ୍ରାସିବ କାହାକୁ ତାଘରୁ ବାହାରିଛି,
ବର୍ଷା ଶୀତ ତା ବିନା ହୁଏନି,
ରୁକ୍ଷ ରୁପ ତାର ପ୍ରଶ୍ନ ଏପରି କାହିଁକି?
ଶାସନ ପ୍ରଶାସନ ନୋଟିସ ଦେଉଛି
ଘରୁ ବାହାରିଲେ ପ୍ରାଣ ଯାଉଛି,
ଦିନରେ ସିନା ବାହାରକୁ ବାହାରିବନି,
ରାତି ବାର ଟାରେ କାହିଁକି ସୋଇ ହେଉନି?
ଗଛ ପତ୍ର ସବୁ ଝାଉଳି ଯାଉଛି,
ପତ୍ର ଝଡ଼ା ଯାଇ ପତ୍ର କଅଁଳି ମରୁଛି,
ବୁଡ଼ା ବୁଢ଼ୀ କହୁଛନ୍ତି ଏପରି ଦେଖିନି,
ଉତ୍ତର ନଦେଇ ସରକାର ନୋଟିସ ଦେଉଛି।
ଜଗାନାଁ ଓ ସରକାର ରଥରେ ମାତିଛି,
ଜଂଗଲୀ ଲୋକ ଆବସ ପାଇଛି,
ରଥ ଓ ଘର ସରକାର ଵୁଝୁଛି,
ପାଇଖାନା ସହସ୍ର ବାହାରେ କରିଛି।
ନ ବାହାରି ଘରୁ ଯିବି କାହା ଠିକି,
ଗଛ କାଟି ରାସ୍ତା କେଉଥି ପାଇଁ,
ମୃତ୍ୟୁ ସଜାଡି, ନୋଟିସ ବାହାରିଛି,
ନୋଟିସ ଦିଅ ଖରାକୁ ସେ ଯାଉ ପଳାଇ,
ଦେଖ ଖରା ମୃତ୍ୟୁ ଖୋଜୁଛି।
ଡୁଇଟ ଡେଭିଡ୍ ଫୀଳିପ
ଓକିଲ ଓ ସମାଜ ସେବୀ
ଭବାନୀପାଣା, କଳାହାଣ୍ଡି
୯୪୩୭୧୦୪୩୦୩
klddavid@rediffmail.com
edit
No comments:
Post a Comment