ହାତ

ହାତ
-----------
ପ୍ରଭୁ କରନ୍ତି ମୋତେ ବସ୍ତ୍ର ହିନ,
ବିକୃତ ଖେଳ, ସାଷ୍ଠାଙ୍ଗ ପ୍ରଣାମ,
ପ୍ରଭୁ କରନ୍ତି ବ୍ୟଭିଚରିଣିକୁ କ୍ଷମା,
ଜଗତ ଆଗରେ ସେ କୃଷରେ ଟଙ୍ଗା,

ସର୍ବ ସମ୍ମୁଖରେ ଉଲଙ୍ଗା ପୌରାଣିକ ଗଳ୍ପ,
ସାତ ସ୍ବାମୀ, ନୁହେଁ ବିଭିଚରି, ପୌରୁଷର ପ୍ରତୀକ,
ମୋର ମୁକୁଳା ନିତମ୍ବ, ସ୍ତନ ଓ କେଶ,
ମୋର କି ଅଧିକାର, ପୌରୁଷତ୍ଵର ପ୍ରମାଣ, ଆଜିବି ବିନ୍ୟାସ।

ଆଘ୍ରାଣେ ଅର୍ଦ୍ଧ ଭୋଜନ,
ଦର୍ସନେ ଅର୍ଦ୍ଧ ସମ୍ଭୋଗ,
ଚର୍ମ ଘର୍ଷଣେ ଯାଗେ ସ୍ପର୍ଷେନ୍ଦ୍ରୀୟ,
ନାରୀ ଚର୍ଚ୍ଚା କି ବ୍ୟଭିଚାର! 

ରକ୍ଷକ ଭକ୍ଷକ,
ନ୍ୟାୟର ନିକିତିରେ ଅନ୍ଧୁଣିର ହାତ,
ସର୍ବାଙ୍ଗ ଉଲଙ୍ଗ, କିଏ କରିବ ବସ୍ତ୍ରାନ୍ଵିତ?
ମୁଁ, ମୋ ମାଁ, ମୋ ଭଉଣି ଓ ମୋ ଭାଉଜ ଉଲଙ୍ଗ।

ଡୁଇଟ ଡେଭିଡ ଫିଲିପ
ଭବାନୀପାଟଣା, କଳାହାଣ୍ଡି
୨୧/୦୭/୨୦୨୩

edit

No comments:

Post a Comment

Contact Here

Name

Email *

Message *