ଜଡର ଭେଦ

ଜଡର ଭେଦ
--------------------
କ୍ଷୁଦ୍ରରୁ କ୍ଷୁଦ୍ର, ବୃହତରୁ ବୃହତ୍ତର,
ସ୍ଥିରରୁ ଅସ୍ଥିର, ଅସ୍ଥିରରୁ ସୁସ୍ଥିର,
ନିୟନ୍ତ୍ରଣ ଓ ନିୟନ୍ତ୍ରିତର ଅଟେ ଚକ୍ର,
କେହି ନୁହେଁ ବହିର୍ଭୁତ, ବାନା ପାଇଁ ଦୌଡ଼ ହୁଏ ଶେଷେ ସମାପ୍ତ।

ସ୍ଥିରରୁ ଅସ୍ଥିର, ଅସ୍ଥିରରୁ ସୁସ୍ଥିର,
ପୃଥିବୀ ବା ପ୍ରାଣୀ, ସବୁ ଅସ୍ଥିର,
ପରିସ୍ଥିତି ଓ ଚାପ କେବଳ, ବିଭିନ୍ନ ପ୍ରକାର,
କୃଶ ଓ ମୃତ୍ୟୁ ଅଟେ ସୁସ୍ଥିର।

ଖାଦ୍ୟ, ବାସ, ସୁରା, ସମ୍ଭୋଗ, ଯଜ୍ଞ ଓ ଧ୍ୟାନ,
ସବୁ ନିଶା, ଧନ ପାଇଁ କିଏ ଚୋରତ, କିଏ ବ୍ରାହ୍ମଣ,
କିଏ ଋଷି, ବାଲ୍ମୀକି, କିଏ ଦସ୍ୟୁ ରତ୍ନା କର,
ଧନ, ଶାସନ, କ୍ଷମତା ଅଟନ୍ତି ବାନା ବିଜୟର।

ଖାଦ୍ୟ, ବାସ, ସୁରା, ସମ୍ଭୋଗ, ଯଜ୍ଞ ଓ ଧ୍ୟାନ,
କୃଶର କାହାଣୀ - ତ୍ୟାଗରେ ସୁସ୍ଥିର,
ସ୍ଥିରରୁ ଅସ୍ଥିର, ଅସ୍ଥିରରୁ ସୁସ୍ଥିର,
ପରିସ୍ଥିତି ଓ ଚାପ ବିଭିନ୍ନ ପ୍ରକାର।

ଡୁଇଟ ଡେଭିଡ ଫିଲିପ୍
ଭବାନୀପାଟଣା, କଳାହାଣ୍ଡି
9437104303
https://www.pensofdavid.com/
୧୨/୦୫/୨୦୨୩
Chaibasha to Bhawanipatna

edit

No comments:

Post a Comment

Contact Here

Name

Email *

Message *