ସ୍ଵାଗତ ନୂଆ ନୁହଁଇ
Friday, March 17, 2023
ସ୍ବାଗତ ନୂଆ ନୁହଁଇ
-----------
ମୃତ୍ୟୁରେ ତୁ ଭାବୁଛୁ ତୁ ପ୍ରଥମ ଥର ମୋତେ ସ୍ଵାଗତ କରୁଛୁ,
ମୁଁ ତ, ପ୍ରତ୍ୟେକଦିନ ମରୁଥିଲି,
କେବେ ମାଁ ହୋଇ,
କେବେ ଶାଶୂ ହୋଇ,
କେବେ ବହୁ ହୋଇ,
କେବେ ଯୁବତୀ ହୋଇ,
କେବେ କିଶୋରୀ ହୋଇ,
ଜନ୍ମ ପୂର୍ବରୁ ମୁଁ ମରୁ ଥିଲି,
ମାଁ ଜାଣି ଥିଲା,
ମୁଁ ଝିଅ, ପେଟରେ ଥିଲି,
ଶେଷ ମୃତ୍ୟୁ ରୁ ପ୍ରଥମ ମୃତ୍ୟୁ ଭାରି
ଶଶୁର, ବାପା, ସ୍ବାମୀ, ଯୁବକ, ପୁଅ, ଭାଇ,
ସେ ଆଖି, ଯଥେଷ୍ଟ ନୁହେଁ,
ସେ ଟେଥେସ୍କୋପ, ସେ ଉଲ୍ଟା ସାଉଣ୍ଡ
ସେମାନେ ସମସ୍ତେ ମୋତେ ସ୍ଵାଗତ କରିସାରିଛନ୍ତି।
ମୃତ୍ୟୁରେ ତୁ ଭାବୁଛୁ ତୁ ପ୍ରଥମ ଥର ମୋତେ ସ୍ଵାଗତ କରୁଛୁ,
ମୁଁ ତ, ପ୍ରତ୍ୟେକଦିନ ସ୍ଵାଗତ ପାଉଥିଲି
ଡୁଇଟ ଡେଭିଡ ଫିଲିପ୍
ଚାଇବସା, ଝାଡ଼ଖଣ୍ଡ
9437104303
https://www.pensofdavid.com/
୧୭/୦୩/୨୦୨୩
Chaibasha to Bhawanipatna
edit
No comments:
Post a Comment