ନୂଆ ତନ୍ତ୍ର ଆସୁଛି

ନୂଆ ତନ୍ତ୍ର ଆସୁଛି 
--------
ଗଛ ହଣା ମୋର କାମ, ମୁଁ କରିବି,
ତାହକରି ମୁଁ ବଞ୍ଚି ଆସିଛି, ଆଉ ବଞ୍ଚିବି,
ବୁଝି ପାରୁନି ମୁଁ ଯାହାକୁ ହାଣୁଛି ସେ ସୁଖିଯାଉଛି,
ମୋର ସ୍ଵାଧୀନତା ମୋତେ ଭଲ ଲାଗୁଛି,
ଡାଳ ଉପରେ ମୁଁ ବସିଛି, ହାଣି ସାରିଲେ ତଳକୁ ଆସିବି।

କାଠ ସବୁ ଉଇ ଖାଇ ଗଲାଣି, ଜାଳିଲେ କାଠ ହୁ ହୁ ଜଳୁଛି,
କାଠ ଯେ ଦିନେ ଗଛ ଥିଲା, ହାଣି ସାରି, ଜାଳି, ଜାଣି ପାରୁଛି
ମୁଁ ଖାଲି ହାଣି ନାହିଁ,
ଜଙ୍ଗଲ ଯାକ କଟାଳି ହାଣି ସାରିଛନ୍ତି,
ପଦା ସବୁ, ଜଙ୍ଗଲ ଖୋଜିଲେ ଆଉ ମିଳୁନି,
ମୁଁ କହୁଛି ଆଉ କିଏ ହାଣିଛି।

ଗଣତନ୍ତ୍ରରେ ଜଙ୍ଗଲ ସଫା ହେଲାଣି,
ଭୋଟ ଆଉ ଦେବା କାହିଁକି, ଜିତିବ ଓ ଜିତୁଛିତ କେବଳ ଜଣେହିଁ!
ନୂଆ ଗଣତନ୍ତ୍ର ଆସୁଛି 
ଭୋଟ, ଭିଷ୍ଟା, ସଂସଦ, ବିଧାନ ସଭା ଦରକାର ନାହିଁ।
ସମ୍ପୂର୍ଣ ସାଧିନତା ତୁମେବି ଓ ମୁଁ ବି ପାଇବି।

ଡୁଇଟ ଡେଭିଡ ଫିଲିପ୍
ଚାଇବସା, ଝାଡ଼ଖଣ୍ଡ
9437104303
klddavid@rediffmail.com
୩୧/୦୩/୨୦୨୩
https://www.pensofdavid.com/

edit

No comments:

Post a Comment

Contact Here

Name

Email *

Message *