ବନ୍ଦେ ଉତ୍କଳ ଜନନୀ ଆମ ପାଇଁ ବି
Thursday, March 30, 2023
ବନ୍ଦେ ଉତ୍କଳ ଜନନୀ ଆମ ପାଇଁ ବି
-------------
ମୁଁ ବି ଗାଉଛି,
ତୁମ ମନରେ ଖୁସି,
ମୋ ମନରେ ନାହିଁ ତୃପ୍ତି,
ମୋତେ ଏମାନେ କହୁଛନ୍ତି, ଇଏ କ'ଣ ମୁହିଁ ଶୁଖାଇ ଗାଉଛି?
ଚାରୁ-ହାସମୟି ଚାରୁ-ଭାଷମୟି,
ଜନନୀ, ଜନନୀ, ଜନନୀ, ବିଚ୍ଛିନ୍ନା୍ଚ୍ଚଳବି,
ଚଇବଶା, ସଢେଇଖଳା ଖରଶୁଆ, ମାଁ ବିନା ଗାଉଛି!
ମୁଁ ସଂଗ୍ରାମ କରିବି, ସ୍ବାଧୀନ ରାଜ୍ୟ ହେବି
ତୁମ ନାମ ଓଡ଼ିଶା, ମୁଁ ଉତ୍କଳ ବୋଲାଇବି।
ଜନନୀ, ଜନନୀ, ଜନନୀ,
ବନ୍ଦେ ଉତ୍କଳ ଜନନୀ।
ମୋର ନାହିଁ
ତାଳ-ତମାଳ ସୁଶୋଭିତ ତୀରା,
ଶୁଭ୍ର-ତଟିନୀ-କୂଳ ଶୀକର-ସମୀରା,
ଯୋଡିଲେ ସିନା ମୁଁ ଗାଇବି
ଜନନୀ, ଜନନୀ, ଜନନୀ,
କିନ୍ତୁ ବନ୍ଦେ ଉତ୍କଳ ଜନନୀ।
ଯାହାବି ଯଥେଷ୍ଟ ଆମ ପାଇଁ
ପ୍ରଦେଶ ଆମ ଉତ୍କଳ ନୁହେଁ କି ଓଡ଼ିଶା ନୁହଁଇ
ସଂଗ୍ରାମ ଆମ ଲାଗିଛି
ଓଡ଼ିଆ କଲେଜରେ ପଢା ଯାଉନି
ସଂସ୍କୃତି, ଭାଷା, ରୀତି ନୀତି ଲୋପ ପାଉଛି,
ଜନନୀ, ଜନନୀ, ଜନନୀ,
କିନ୍ତୁ ବନ୍ଦେ ଉତ୍କଳ ଜନନୀ।
ଡୁଇଟ ଡେଭିଡ ଫୀଲିପ
ଚାଇବସା, ଝାଡ଼ଖଣ୍ଡ
ଫୋନ:୯୪୩୭୧୦୪୩୦୩
https://www.pensofdavid.com/
edit
No comments:
Post a Comment