ସେ କଣ?
Tuesday, February 28, 2023
ସେ କଣ?
-------
ପଞ୍ଚଭୂତରେ ଲୀନ ବିଲୀନ ମୋ ପିତା,
ପୂଜୁଛି ସୁମରି ତାଙ୍କରି କୀର୍ତ୍ତି ଗାଥା,
ଯାହା ଯାହା ତାଙ୍କ ସଙ୍ଗେ ବାକି ରହିଲା,
ରହିଗଲା ଆଉ କେବେ ମିଳିବକି ସେ ସୁବିଧା?
ସହସ୍ର କୋଟି ଆତ୍ମା ଭିତରେ ମୋର ଆତ୍ମା,
ଯେବେ ସରିବ ତାଙ୍କୁ ଖୋଯିବ, ସେ କରିଥିବେକି ଅପେକ୍ଷା,
ଭେଟ ହେବନି ଯଦି, କାନ୍ଦିବାକୁ ଏବେତ ଦିଅ,
ସରିବା ପୂର୍ବରୁ ତାଙ୍କ ପ୍ରେମକୁ କରିନିଏ ଅନୁଭବ।
ଖ୍ରୀଷ୍ଟ ସିଦ୍ଧାନ୍ତ, ମିଳନ ହେବ,
ଅନ୍ୟାନ୍ୟ ସିଦ୍ଧାନ୍ତ, ଅନେକ ଥିବ,
ମୋର ସିଦ୍ଧାନ୍ତ, ଇଶ୍ଵର ତାଙ୍କୁ ମୋତେ ଫେରାଇ ଦେବ,
ଆତ୍ମା ଏବେ କହିଲେ, ତାଙ୍କ ଓ ମୋ ବାକ୍ୟ ତୁମ ପାଇଁ ଉଦ୍ଧାର !
ସେ କଣ?
edit
No comments:
Post a Comment