ଅଶାନ୍ତ ସାଗର ନା ପ୍ରଶାନ୍ତ ସାଗର

ଅଶାନ୍ତ ସାଗର ନା ପ୍ରଶାନ୍ତ ସାଗର,
--------
ଅଶାନ୍ତ ସାଗର ନା ପ୍ରଶାନ୍ତ ସାଗର,
ଦେଖିଛି ଅନେକ ଥର ତୋଠି ଭୂମିକମ୍ପ,
ଉପରେ ଅନେକ ଥର ଭୟଙ୍କର ତରଙ୍ଗ,
ନାଁ ପାଇଛୁ ପ୍ରଶାନ୍ତ ସାଗର।

ଜୁଆର ଓ ଭଟ୍ଟା ତେl ଦେହର,
ଜଗତ କହୁଛି ଦୋଷ ଚନ୍ଦ୍ରମାର ,
ସୂର୍ଯ୍ୟ ଓ ସ୍ଥଳଭାଗ ଦ୍ରଷ୍ଟା ଓ ନୀରବ,
ସରଳ, ତରଳ, ସ୍ୱଚ୍ଛ, କୋମଳ ତୁ, ବକ୍ଷ ତ ସ୍ଥଳଭାଗର 

ଉପରେ ସୂର୍ଯ୍ୟ, ରାତିରେ କେବେ ଚନ୍ଦ୍ରତ, କେବେ କେବଳ ତାରା ବୃନ୍ଦ,
ଦେହରେ ତୋର ନୁହେଁ କି, ଚୁମ୍ବନର ଚିହ୍ନ,
ଅଶାନ୍ତ ପ୍ରଶାନ୍ତ ତୁ, 
ଭୋଗୀ ସ୍ଥଳଭାଗ, ଆଉ ତାର ଉଦ୍ଭିଦ ଓ ଜୀବଜନ୍ତୁ।

ମରୁଭୂମି ତାଦେହେ, ନୁହେଁ ନୀରବ,
ସରଳ, ତରଳ, ସ୍ୱଚ୍ଛ, କୋମଳ ତୁ ପ୍ରଶାନ୍ତ,
କହୁଛି ମୋତେ ନୀରବ କର
ମରୁଭୂମିର ନିମନ୍ତ୍ରଣ ଗ୍ରହଣ କର 

ଡୁଇଟ ଡେଭିଡ ଫିଲିପ୍
ଚାଇବସା, ଝାଡ଼ଖଣ୍ଡ
9437104303
klddavid@rediffmail.com
୨୪/୦୨/୨୦୨୩
Chaibasha to Bhubaneswar

Labels:
edit

No comments:

Post a Comment

Contact Here

Name

Email *

Message *