ଖେଳୁ ଖେଳୁ କ୍ଷତ

ଖେଳୁ ଖେଳୁ କ୍ଷତ 
-------------
ଯୌବନକୁ ଗର୍ଭପାତ,
ବୃଦ୍ଧାବସ୍ଥାକୁ ସୁପ୍ରଭାତ,
ବାଲ୍ୟ ବିବାହ ଜିଅନ୍ତା ଦାହ,
ଜନ୍ମ ତୁମ ଘରେ, ତୁମେ କାହିଁକି ଚୁପ୍ ରହିଛ?

ମେଘ ଆସି ବର୍ଷା ନାହିଁ,
ଧୂଆଁ ହୋଇ ଅଗ୍ନି ନାହିଁ,
ବାଲ୍ୟ ବିବାହ, ଭତ୍ତାବି ନାହିଁ,
ମାଁ ହୋଇ କ୍ଷୀର ହେଉନି !

ପୃଥିବୀର ନାହିଁ ଦିଗନ୍ତ,
ଆକାଶର ନାହିଁ ଶେଷ,
ବାଲ୍ୟ ବିବାହ, ଖେଳୁ ଖେଳୁ କ୍ଷତ,
ପାରି ହେବ ମୋର କେମିତି ସମୟ।

ମୁଁ ଯେଉଁଠି ଠିଆ, ମୋ ମାର ପ୍ରଶ୍ନ,
ଶୀତକୁ ଶୀତ, କିଟି କିଟି ରାତ୍ର,
କୋକିଶିଆଳିର ହୁକେ ହୁ ଡାକ,
ପିଲାକୁ ଛାଡ଼ି ଝାସ ଦେବିକି କୁହ?

ଡୁଇଟ ଡେଭିଡ ଫୀଳିପ
ଭବାନୀପାଟଣା, କଳାହାଣ୍ଡି
୨୭/୦୧/୨୦୨୩
klddavid@rediffmail.com
9437104303

edit

No comments:

Post a Comment

Contact Here

Name

Email *

Message *