ପୂଜା ପାଏ ଅଦୃଶ୍ୟ

ପୂଜା ପାଏ ଅଦୃଶ୍ୟ
--------
ମାରିଲାଣି ଦୁଇଙ୍କୁ, ପେସିଛି ଅନେକଙ୍କୁ, 
ମୃତ୍ୟୁ ଭୟଙ୍କର,ଗଳ୍ପ ଅନେକଙ୍କୁ,
ଲୁଚିନ ପାରିଲେ ମାରିବ ଆଉ କାହାକୁ,
କାହାଣୀ ଥିଲେ ଭଲ, ଡର ଲାଗିବ ପିଲାଙ୍କୁ।

ଦୂତ, ପିଶାଚ, ସଇତାନ ଓ ଈଶ୍ୱର ଅଦୃଶ୍ୟ,
ପୂଜା ପାଇବ ଯଦି ହେବ ଅଦୃଶ୍ୟ,
କାନରେ କହିଦିଅ 'ବଞ୍ଚିଛନ୍ତି ଆଜିବି ଗୋବିନ୍ଦ',
ମୁଁହ କହିବ ସତରେ ସେ ଚୋର ନା ପୂଜ୍ୟ।

ପୋଲିସ, ଡାକ୍ତର, ଶିକ୍ଷକ, ଅବା ବିଚାର ପତି ଆମର,
ସମସ୍ତେ ପୂଜା କରନ୍ତି ତାକୁ ଯାହାକୁ ମାଡେ ଭୟ,
ମାରୁଛି, ପେଶୁଛି ସିଏ, ଗାଦି ଅଛି ଯାହାର,
ସେ ପରା ଦୂତ, ପିଶାଚ, ସୟତାନ, ଓ ଇଶ୍ଵର,

ନାଁ ନୁହେଁ ଗୋବିନ୍ଦ? ମର୍ମବା କାହିଁକି କହିବ,
ପୂଜା ପାଉଛନ୍ତି ଯୁଗାନୂ ଯୁଗ, ଗୋବିନ୍ଦ।

ଡୁଇଟ ଡେଭିଡ ଫୀଳିପ
ଭବାନୀପାଟଣା, କଳାହାଣ୍ଡି
୧୫/୦୧/୨୦୨୩
klddavid@rediffmail.com
9437104303

edit

No comments:

Post a Comment

Contact Here

Name

Email *

Message *