ଗୀତ ମୁଁ ଗାଉଛି ନା ଗୀତ ମୋତେ ଗାଉଛି?
Tuesday, December 6, 2022
ଗୀତ ମୁଁ ଗାଉଛି ନା ଗୀତ ମୋତେ ଗାଉଛି,
____________
ଗୀତ ମୁଁ ଗାଉଛି ନା ଗୀତ ମୋତେ ଗାଉଛି,
ପାଠ ମୁଁ ପଡୁଛି ନା ପାଠ ମୋତେ ପଢୁଛି,
କାମ ମୁଁ କରୁଛି ନା କାମ ମୋତେ କରୁଛି,
ସ୍ୱାଧୀନତା ମୋର କେଉଁଠି?
ବିହଙ୍ଗ ପଶୁ ପରି ମୁଁ ବିତ ଜିବଧାରି,
ଉଦାହରଣ ତାଙ୍କ ମୁଁ ଦେଉଛି,
ତାଙ୍କ ପାଇ ଉଦାହରଣ ମୁଁ କି?
ଯଦି ହୋଇଛି,
ଜଙ୍ଗଲ କାଟି,
ଖଣି ଖୋଳି,
ଡେମ ବାନ୍ଧି,
ଲାଇଟ୍ ଜଳାଇ,
ରାତିକୁ ଦିନ, ଦିନକୁ ରାତି କରି,
ବକ୍ରକୁ ସିଧା କରି, ସିଧାକୁ ବକ୍ର କରି,
ସମତଳକୁ ପାହାଡ କରି, ପାହାଡକୁ ଖାଲ କରି,
ସ୍ୱାଧୀନତା ତାଙ୍କ ଟାଣି, ଛଡ଼ାଇ,
ଗୀତ ମୁଁ ଗାଉଛି, ନା ଗୀତ ମୋତେ ଗାଉଛି,
ପାଠ ମୁଁ ପଡୁଛି, ନା ପାଠ ମୋତେ ପଢୁଛି,
କାମ ମୁଁ କରୁଛି, ନା କାମ ମୋତେ କରୁଛି,
ସ୍ୱାଧୀନତା ମୋର କେଉଁଠି?
ପ୍ରକୃତିରୁ ତୋଳି ଖାଇ ପାରୁନି,
ଯିଏ ଖାଇଛି ତାକୁ ମୁଁ ପଶୁ, ପକ୍ଷୀ, ସରୀସୃପ ନାଁ ଦେଇଛି,
ନିଜେ ସ୍ୱାଧୀନତାତ ହାରିଛି,
ଅନ୍ୟକୁ ପରାଧୀନ ରଖିବାରେ ମୁଁ ଲାଗିଛି।
ବାପୁ, ମଣ୍ଡେଲା, ମାର୍ଟିନ, ରୁଶୋ, ଇତ୍ୟାଦି,
ସର୍ବୋଦୟ ନା ବର୍ବର କହିବ କି?
ରୋଟି, କପଡା, ଛାତ ପାଇଁ ମୁଁ ଯେଉଁ ବାଟ ଖୋଜିଲି,
ବାଟତ ସରୁନି, ପଚାରୁଛି!
ଗୀତ ମୁଁ ଗାଉଛି ନା ଗୀତ ମୋତେ ଗାଉଛି?
ଡୁଇଟ ଡେଭିଡ ଫୀଳିପ
ଚାଇବାସା, ଝାଡ଼ଖଣ୍ଡ,
୦୬/୧୨/୨୦୨୨
klddavid@rediffmail.com
9437104303
edit
No comments:
Post a Comment