ମାଁ ଲୋ, ଯିବୁ ନା ସେ ଆସିବ

ସମ୍ମାନନୀୟ ମହୋଦୟ,
ବିନମ୍ର ପ୍ରଣାମ ଗ୍ରହଣ କରନ୍ତୁ

ନିମ୍ନ ଲିଖିତ କବିତା ମୋ ନିଜସ୍ଵ। ମୁଁ ବିହାର ଓ ଝାଡ଼ଖ୍ଡରେ ଶିଶୁମାନଙ୍କ ବିକାଶ ପାଇଁ କାମ କରୁଛି।

ସାମାଜିକ ପରିବର୍ତ୍ତନ ପାଇଁ ମୋର କବିତା ମାନ ଉଦ୍ଦିଷ୍ଟ।

ଦୟାକରି, ଏହି କବିତାଟିକୁ ପ୍ରକାଶ କରିଲେ ମୁଁ ଚିର ଉପକୃତ ରହିବି 

ଇତି
ଡୁଇଟ ଡେଭିଡ ଫିଲିପ୍
ଚାଇବସା, ଝାଡ଼ଖଣ୍ଡ
୧୧/୧୧/୨୦୨୨
9437104303
klddavid@rediffmail.com


ମାଁ ଲୋ, ଯିବୁ ନା ସେ ଆସିବ
-----------------
ଜେନେରାଲ ୱାର୍ଡ, ହସ୍ପିଟାଲ୍ ରେ ଅଛି,
ଜେନେରାଲ ବୋଗି, ଟ୍ରେନ ରେ ବି ଅଛି,
ଜେନେରାଲ ୱେଟିଂ, ହଲ ଅପେକ୍ଷା ଗାରରେ ଅଛି, 
କବର ଓ ମଶାଣିରେ ଦେଖିନି ତାହା କେବେବି,

ପୁନର ଜନ୍ମ ପାପରେ ହୁଏ ଶୁଣିଛି,
କେଉଁଠି ହେବ କିଏ ଜନ୍ମ, କେହି ଜାଣେନି,
ଜାଣି ହେଉଥିଲେ, ଜେନେରାଲ ବ୍ୟବସ୍ଥା ରହନ୍ତାନି କେବେବି ଭାବୁଛି,

ତୁ ଗରିବ, ବାଲ୍ୟ ବିବାହିତା, ଗର୍ଭବତୀ,
ସ୍ବାମୀ ଯାଇଛି ଦାଦନ ଖଟି,

ମୁଁ ସ୍ବେଚ୍ଛାସେବୀ, ଭାବୁଛି, ରାତି ୩:୩୦ ହେଲାଣି, ନିଦ ହେଉନି, ତାକୁ ଦେଖିକି?
ନା ଆଉ କାହିଁକି?

ହୋ ଜନଜାତି, କୋଲହାନ ଅଧିନିୟମ ଏଇଠି ଅଛି, 
ସନ୍ଧ୍ୟାରେ ୟୁନିଫର୍ମ ସିଭିଲ୍ କୋଡ୍  ଆଲୋଚନା ବିତ ଟିଭିରେ ଦେଖିଛି।

କିନ୍ତୁ, ଛୁଆ ଜନ୍ମ ହେଲେ ସ୍ବାମୀ ଆସିବ, ନା ଜନ୍ମ ହେବା ପୂର୍ବରୁ ଆସିବ କହିଛି ? 
ପଚାରି ପାରିଲିନି !!!!!!!!!!
*******
(ବାଲ୍ୟ ବିବାହୀତାଙ୍କୁ ସମର୍ପିତ)

ଡୁଇଟ ଡେଭିଡ ଫିଲିପ୍
ଚାଇବସା, ଝାଡ଼ଖଣ୍ଡ
୦୭/୧୧/୨୦୨୨
9437104303
klddavid@rediffmail.com

edit

No comments:

Post a Comment

Contact Here

Name

Email *

Message *