ନୂଆ ନାରା
Saturday, November 26, 2022
ନୂଆ ନାରା
-------
କଳାର ଗର୍ଭରେ ପୋତି ହୋଇ ଜାଏ ଜୀବିକା, ଜୀବନୀ, ବିଜୟୀ,
ସତ୍ କେବେ ଲୁଚି ରହି ନାହିଁ,
ରହି ଜାଏ ହୋଇ ଇତିହାସ ଓ କିମ୍ବ ଦନ୍ତୀ
ଭାରତର ସ୍ୱାଧୀନତା ଆମ ପାଇ ଗାଥା, ଗୌରବ, ସୁସ୍ୱାଦୁ ଓ ତୃପ୍ତିର ଇତିହାସ,
ସମୁଦ୍ର ବାଲି ଓ ପାଣିରେ ମିଳାଇ ଗଲା ମୋତି
ମୋତି ଖୋଜିବା ପାଇଁ ଆମ ଭିତରେ ଗାନ୍ଧୀ ନା ନେହେରୁ ନା ବିର ସାବର୍କର, ଲୁଟୁଛ ଲଗାଇ ଦେଇ କଳି।
ସ୍ବରାଜ ନୁହେଁ, ପକ୍ଷ, ବିପକ୍ଷ ଓ ପଇସା ବାଲାର ଆମେ ଗୁଲାମ,
ନେତା ଓ ସାଧାରଣ ଭୋଟରର ବ୍ୟବଧାନ, ଆକାଶ ଓ ପାତାଲ
ପଞ୍ଚାୟତ ରାଜ ଓ ସ୍ଵଂୟ ସହାୟକ ଦଳ ଥିଲା, ଭାବି-ଜନଗଣର ସ୍ୱପ୍ନର ବଳ,
ସ୍ବେଚ୍ଛାସେବୀ ଦର୍ଶନକୁ ସରକାର ହାତକୁ ନେଇ ଖଳରେ ଜନଗଣ କୁ କଲେ ଦୁର୍ବଳ,
ଖଣି, ଜଙ୍ଗଲ ପଞ୍ଚାୟତର ନୁହେଁ ସରକାରଙ୍କ ଅଧିକାର,
ଗରିବ, ଖଟିଖିଆ, shg ସଦସ୍ୟ, ମାଲିକ ନୁହଁ, ବ୍ୟାଙ୍କ୍ ବାହାରେ ଠିଆ।
ଆଜି ପଞ୍ଚାୟତ, ଓ shg ବି ପଇସା ବାଲାର ଗୁଲାମ୍,
ଜନ ଆନ୍ଦୋଳନ ଯଦିଠିଆ ହେବ, ଖଣି ଜଙ୍ଗଲ ଓ ଦେଶ କରିବା ଅଧିକାର,
ଗାଁ ଗାଁ ର ନାରା ଆମର, ଟେଣ୍ଡର ଓ ଲାଭ ପଞ୍ଚାୟତର,
ଖଣି ଓ ଜଙ୍ଗଲ, ନହେଲେ ଆମର ବେସରକାରୀ କମ୍ପାନୀ ଚାଲି ଜାଅ।
ସରକାରୀ ଓ କୋର୍ଟ ର ବିଚାର ମାନିବୁ ନାହିଁ
ଯେପର୍ଯ୍ୟନ୍ତ ପଞ୍ଚାୟତକୁ ଜଙ୍ଗଲ ଓ ଖଣି ଅଧିକାର ଓ ଲାଭ ଖାତାକୁ ଆସିବ ନାହିଁ।
ନହେଲେ ପାଞ୍ଚ କିଲୋ ଚାଉଳ ବଲା
ଖଣି, ଜଙ୍ଗଲ ଓ କମ୍ପାନିର ତଦାରଖର ପାଆନ୍ତୁ ଅଧିକାର
edit
No comments:
Post a Comment