ରଙ୍ଗ ଖେଳକୁ ଲାଜ

ରଙ୍ଗ ଖେଳକୁ ଲାଜ
-----
କ୍ଷମା ମୋତେ ଆପଣ କରନ୍ତୁ,
ନିଜ ରକ୍ତ, ମାଂସର ସ୍ପନ୍ଦନକୁ ବୁଝନ୍ତୁ,
ପାଟି ଠକି ଦେଇ ପାରେ ନିଜକୁ ଓ ଲୋକଙ୍କୁ,
ନିଦ ବାଉଳରେ ଯାହା କହନ୍ତି ତାହା ସତ୍ୟ ସ୍ବୀକାର କରିବା ଉଚିତ୍ ମାନନ୍ତୁ।

ବୁଢ଼ା ହେଲେ, ଚୋକ୍ଲେଟ୍ ମନା କରି ହୁଏ ସତ,
ପିଲା ଖାଲି ନୁହଁ,ସବୁ ବୟସ ଭିତରେ ଲୁଚି ରହିଥାଏ ଗୋଟେ ଛୋଟ, କିଶୋର, ଯୌବନ, ବୃଦ୍ଧ ଆଉ ତାର ସବୁ ରସ।

ପାକଳ ଚୁଟିକୁ, ବଙ୍କା ପିଠି,
ଦାନ୍ତ ନ ଥିବାକୁ, ଆଖି ବି ଅନ୍ଧଟି,
କିନ୍ତୁ ମନ ଓ ସ୍ନାୟୁ କହୁଥାଏ ଏବେ ଅଛି ମୋର ଦମ୍ଭ ବାକି,

ବୃଦ୍ଧ ଓ ବୃଦ୍ଧା ଖୋଜନ୍ତି ଚୁମ୍ବନ,
ଅପଦସ୍ତ ଯଦି ବା କିଛି ହୁଅନ୍ତି, ସମସ୍ତଙ୍କର ପିପାସା କମ ବେଶୀ ହୋଇ ପାରେ, ନୁହଁ ସୁନ୍।

ପାଶ୍ଚାତ୍ୟ, ଭାରତୀୟ ଏସବୁ କେବଳ ନାଁ, ସଂସ୍କୃତ ଓ ସମାଜ,
ଦେହ, ରକ୍ତ ଓ ସ୍ନାୟୁ ସବୁ ଗୋଟିଏ ରକମର।

ରଙ୍ଗ ମାନେନି ବୟସ, ଲିଙ୍ଗ ସ୍ଥାନ, ପାତ୍ର,
ନିଜ ରୁଚିପାଇଁ ସାମାଜିକ ଅସ୍ଥିରତା, ସମାଲୋଚନା ଓ ଆଇଁନରୁ ରକ୍ଷା ପାଇଁବା ପାଇଁ ବଞ୍ଚାଅ,
ଚିର ଯୌବନ ଆପଣଙ୍କ ପାଇ ଶୁଭେଛା ଓ କାମନା, ଆମ ଅଧିକାର, ଆମ ସମସ୍ତଙ୍କର ।

ଡୁଇଟି ଡେଭିଡ ଫିଲିପ 
Charbasha, jharkhand
୯/୧୦/୨୦୨୨
Labels:
edit

No comments:

Post a Comment

Contact Here

Name

Email *

Message *