ପୋଛା
Wednesday, October 12, 2022
ପୋଛା
------
ମୁଁ ତୁମ ପାଦ ପୋଛା,
ହାତ ସଫା କନା,
ଛେପ ପକା ପିକ ଦନା,
କାନ ସଫା କଣ୍ଟା,
ଜିଭ ସଫା ପାତିଆ,
ନା କୋଦାଳ ହେବାକୁ ନାଳ ଟଣା,
ଘରେ, ଘରେ ଚାହିଦା,
ରଖ ତାକୁ ଅଲଗା,
ସବୁ ଗାଁ, ସହରେ ଅନ୍ୟ ସାହି ଓ ପଡା,
ଦରକାର ପଡ଼ିଲେ ଆ,
କାମ ସରିଲେ, ଯା,
ତ୍ୟକ୍ତ, ଦଳିତ, ନାଁ
ପୋଛା, ଦରକାର ହେବାକୁ ସଫା,
ଠୁଳ ହେବେ ଯଦି, ଛୋଟ ପଡ଼ିବ ପାକିସ୍ଥାନ।
ଧର୍ଷିତା ବି ଆମରି ଅଧିକା,
କାହାର କେତେ ପୌଶାଚିକ ଆତ୍ମା, ଗଣିବା,
ଘରେ ଘରେ ଦରକାର ପୋଛା।
ଡୁଇଟି ଡେଭିଡ ଫିଲିପ
ନାୱାଦା, ବିହାର
୯୪୩୭୧୦୪୩୦୩
୧୨/୧୦/୨୦୨୨
edit
No comments:
Post a Comment