ଚୁମ୍ବକର ପ୍ରେମ

ଚୁମ୍ବକର ପ୍ରେମ କାହା ପାଇଁ
--------
ଜିଭକୁ ଜିଭ,
ଓଠକୁ ଓଠ,
ଚଢ଼ି ଜାଏ ତାପରେ, ଚାହେଁ ସମ୍ପୂର୍ଣ ଦେହ,

ଏମିତି ପ୍ରେମ ପାଗଳ, ଶୁଆ, ସାରି, ବାଘବି, ହାତୀବି,
ସବୁକୁ ବଳିଯାଏ କୁକୁରର ପ୍ରୀତି,
ଏକ ତରଫା ନୁହେଁ କେବେବି,

ଆରଂଭ କଲେ, ଅନ୍ୟ ଜଣକ ଦିଏ ସମ୍ମତି,
ତାପରେ ପରେ ବଢ଼ି ବଢ଼ି ତାବିନୁ ଭଲ ଲାଗେନା କିଛି,

ନ ଦେଖିଲେ ନିଦ ହୁଏନି,
ପେଟର ଭାତ ଜୀର୍ଣ୍ଣ ହୁଏନି,
ସାଙ୍ଗ, ମିତ, ମକର, ଜନ୍ନି ଫୁଲ, ବଉଳ, ସଙ୍ଗାତ ନାଁ ପାଆନ୍ତି।
 
କଣ ବ୍ୟତିକ୍ରମ ହୁଏ ଯେ, ଭାଇ ଭାଇ, ଭାଇ ଭଉଣୀ, ସ୍ବାମୀ ସ୍ତ୍ରୀ, ବାପା ପୁଅ, ମାଁ ଝିଅ, ଅଜା ନାତି,
ମୁହିଁ ଦେଖା ଦେଖି ବି ହୁଅନ୍ତି ନାହିଁ,
'କୁକୁର ପରି ଚବା ଚବି' ନା ପାଆନ୍ତି,
ମୃତ୍ୟୁ ଘରେ ବି ମିଶି ପରନ୍ତି ନାହିଁ।

ମାଙ୍କଡ ମଲେ, ମାଙ୍କଡ ମାନେ ବିଦାୟ ଦେଇ ଜାଆନ୍ତି।
ଚୁମ୍ବକ, ଚୁମ୍ବକକୁ ଛାଡେ ନାହିଁ, 
ଗୁଣ ପରିବର୍ତ୍ତନ ହେଲେ ଚୁମ୍ବକ କୁହାଯାଏନି
ମୁଁ ଯେ ପରିବର୍ତନ ହୋଇଛି ମୁଁ ବି ମାନେନି।

ଡୁଇଟି ଡେଭିଡ ଫିଲିପ
ନୱାଦା, ବିହାର 
୯୪୩୭୧୦୪୩୦୩
୨୫/୦୯/୨୦୨୨

edit

No comments:

Post a Comment

Contact Here

Name

Email *

Message *