ମୋର ଅବିଶ୍ଵସ୍ତତାର ବୋଝ, ବୁଝିପାରିଲେ ମୋତେ ସୁଧାର ।

ମୋର ଅବିଶ୍ଵସ୍ତତାର ବୋଝ, 
ବୁଝିପାରିଲେ ମୋତେ ସୁଧାର ।
_______________________
ବାପାଙ୍କ ଛାଟ,
ମାଁଙ୍କ ଆକଟ,
ଜନବସତିରେ ପୋଲିସ,
ସୀମାରେ ଆରକ୍ଷୀ,
ଗେଟ ରେ ପ୍ରହରୀ,
ଜଙ୍ଗଲରେ ବନପାଳ,
ଟ୍ରେନ ରେ ଟି ଟି, ବସ ରେ କଣ୍ଡକ୍ଟର, ଜାହାଜେ ପାସ,
ସବୁଜାଗାରେ ଆଇ କାର୍ଡ,
ପରୀକ୍ଷାଗାରରେ ବିକ୍ଷକ ବା ଇନଭିଜିଲେଟର, 

ଦୁଃଖ ଗୁଡ଼ିକ ନାନା ପ୍ରକାର,
ଜଗୁଆଳି ପାଇ ବଜେଟ ସହିତ ନିୟମ ମୋତେ ଦରକାର ।

ସମାଜରେ ସଂସ୍କୃତି,
ଧର୍ମରେ ନୀତି,
ଦେଶରେ ଆଇନ,
ରାଜ୍ୟରେ ସମ୍ବିଧାନ,
କରି ହେଉନି ପାଳନ ।

ଅଧିକାର ଓ ବହିସ୍କାର ନୀତି ସବୁଠି ।

କୋଳା ହଳ,
ପାଟି ତୁଣ୍ଡ,
ଗଣ୍ଡଗୋଳ,
ମାର ପିଟ୍,
ଲୁଟ କାଟ,
ଜବର ଦଖଲ,
ଧର୍ଷଣ ପଳାୟନ,

ନା ଦେହ ମୋର, ନା ପୃଥିବୀର ସ୍ଥାବର ଓ ଅସ୍ଥାବର,
ତାକୁବି ବିକ୍ରି ପାଇ ଦାମ ଓ ମୂଲ,
ଗଲା ବେଳକୁ କିଛି ନୁହେଁ ମୋର ।

ମୋର ଅବିଶ୍ଵସ୍ତତାର ବୋଝ, 
ବୁଝିପାରିଲେ ମୋତେ ସୁଧାର ।

ଡୁଇଟି ଡେଭିଡ ଫିଲିପ 
(ବିଷମକଟକରେ, ହସ୍ପିଟାଲ ୨୪/୦୬/୨୦୨୨)
ଲେହାରି ଥାନା
ବିହାର ଶରିଫ୍
ନାଳନ୍ଦା, ବିହାର
୮୦୩୧୦୧
Labels: ,
edit

No comments:

Post a Comment

Contact Here

Name

Email *

Message *