ଦୋହଲା ଡବାଟି
Monday, June 20, 2022
ଦୋହଲା ଡବାଟି
-----------------------
ଚିରି ଚିରି ଯାଉଛି ଦୋହଲା ଡବାଟି,
ଜଙ୍ଗଲ, ଜମି, ଆକାଶ ଫାଡ଼ି, ଫାଡ଼ି,
ମୁଁ ବି ରହିଛି, ତାକୁ ଭିଡ଼ି, ଜମ ଖମ୍ ହୋଇ,
ଧର୍ଯ୍ୟର ଆହ୍ବାନ ସେ ଆମକୁ ଦେଇ।
କେତେ ବେଳେ ପାର ହେଉଛି,
କେତେ ବେଳେ ପଛେ ରହିଛି,
ନିଜକୁ ସମ୍ଭାଳି ସେ, ମାଡ଼ି ଚାଲିଛି,
ତା ଉପରେ ବିଶ୍ୱାସ, ଆମେ ବସ୍ ଯାତ୍ରୀ ।
ଯାତ୍ରା ଏକ ନିୟମ ଓ ସମାହାର ଟିକିଟ, ବିଶ୍ୱାସ, ଧର୍ଯ୍ୟ ଓ ଲକ୍ଷର,
ଆରମ୍ଭ ଓ ଶେଷ କେବଳ ଗୋଟିଏ ନିଷ୍ପତ୍ତିର।
କେତେ ଯାତ୍ରା କରିଛି, ଅନେକ ଥର ବାଟେ ରହି ବିଳମ୍ବ ହୋଇଛି,
ସମର୍ପଣ ଓ ଲକ୍ଷ, ଗନ୍ତବ୍ୟ ପଥେ ପହଞ୍ଚାଇଛି।
ଉଦ୍ଦେଶ୍ୟ ହାସଲ ଲକ୍ଷ୍ୟ ସବୁ ଯାତ୍ରୀଙ୍କର,
ଉଦ୍ଦେଶ୍ୟ ହାସଲ ପ୍ରୁଭୁ ଓ ନୀୟତିର ।
ଚକ ଲାଗିଛି ସମସ୍ତଙ୍କ ଦେହରେ ସମୟର,
ଆରମ୍ଭ ହୋଇଛି ଜନ୍ମ ଯେବେ ହୁଏ ଆମର,
ଡବା ଅଟେ ଦେହ ଦୋହଲିବ ନିଶ୍ଚୟ,
ପାରିହେବା ଯଦି ସମାହାର ଟିକିଟ, ବିଶ୍ୱାସ, ଧର୍ଯ୍ୟ ଓ ଲକ୍ଷର।
ଡୁଇଟ ଡେଭିଡ଼ ଫୁଲିପ
ଚାଇବାଶା, ଝାଡ଼ଖଣ୍ଡ
ଭାରତ
edit
No comments:
Post a Comment