ସ୍ବାସ୍ଥ୍ୟ ବୀମା

ସ୍ବାସ୍ଥ୍ୟ ବୀମା
---------------
ସ୍ୱାସ୍ଥ୍ୟ ପାଇ ମଣିଷ ମର୍ମାହତ,
ଗୋଡ଼ ଧରିବାକୁ ସଦା ପ୍ରସ୍ତୁତ,
ମଣିଷ ଅଛନ୍ତି, ସ୍ବାସ୍ଥ୍ୟ ଦ୍ଵାର ଖୋଲି,
କରି ଦେଉଛନ୍ତି ସ୍ବାସ୍ଥ୍ୟ ନାରେ ପକେଟ୍ ଓ ଘର ଖାଲି ।

ଜାଇ ଥିଲି ଉତ୍କଳ, ବାପାଙ୍କୁ ଟ୍ରିଟମେଣ୍ଟ କରି,
ଅନେକ ଟେଷ୍ଟ କଲେ, ଛାଡ଼ିଦେଲେ ଔଷଧ ନଦେଇ,
ଖାଲି ଚାଲି ପାରୁନଥିଲେ, ଏବେ କଥା ବି ହେଉ ନାହାନ୍ତି,
ବ୍ରେନ ଷ୍ଟ୍ରୋକ ହେଲା ତାକୁ ନେଇ,
ସେ ନେଇ ଗଲେ ଶୁମ୍ ଉଲ୍ଟିମେଟ୍ ଧାଇ,
ସେଠି ଛାଡ଼ୁନଥିଲେ ବାର ଦିନ ବିତିଲା ପରେବି,
୫ ଲକ୍ଷ ନେଇ ଫେରାଇ ଦେଲେ ଯେମିତିକି ସେମିତି,
ମୁଣ୍ଡ ଆଉଷି ଆଉଷି ନିଜେ ଭେଣ୍ଟାଇଲଟର ସହିତ ବାହାର କଲି ।

ନର୍ସିଂ ହୋମକୁ ଭେନ୍ତିଲିଟରରେ ମୁଁ ଆଣିଲି,
ଗୋଟିଏ ଦିନରେ ବାପାଙ୍କୁ ବାହାରେ ପାଇଲି।

ଏଠି ଦେଖୁଛି ଭଲ ଡାକ୍ତର,
ମେଡ଼ିସିନ ଓ ଅନ୍ୟାନ୍ୟ ଅନ୍ୟଠୁ ପ୍ରାୟ ଡବଲ,
ରୋଗ ଜାଣି ଡାକ୍ତର ଏଠି ନାହାନ୍ତି,
କିଛି କିଛି ଏଠି ଭଲ ହେଉଛନ୍ତି,

ବେପାର ଚାଲିଛି ସ୍ବାସ୍ଥ୍ୟକୁ ନେଇ,
ନବିନ ମିଶିଛନ୍ତିକି ଏ ସବୁକୁ ନେଇ,
ବାଣ୍ଟି ଛନ୍ତି ସ୍ବାସ୍ଥ୍ୟ କାର୍ଡ ଗରିବ ପାଇ,
ମାଲାମାଲ ବେସରକାରୀ ସ୍ବାସ୍ଥ୍ୟ ଓ ବୀମା ଅନୁଷ୍ଠାନ ଭାଇ ।

ସ୍ବାସ୍ଥ୍ୟ ହରା ଭାଇ, ବ୍ୟାକୁଳ ତୁମେ,
ଗୋଡ଼ ଧର ବରଂଚ ଜିଲ୍ଲା ସରକାରୀ ସ୍ୱାସ୍ଥ୍ୟ ଅଧୀ କରୀଙ୍କ ତୁମେ,
ଆସନି ଭୁବନେଶ୍ୱର ସ୍ବାସ୍ଥ୍ୟ ପାଇ,
ଯଦି ରଖିନ ବ୍ଲାକ ମନି ।

ସବୁ ଯାଉଛି, କିନ୍ତୁ ସ୍ବାସ୍ଥ୍ୟ ଏଠି ମିଳୁନି,
ଖାଲ, କଣା ସ୍ବାସ୍ଥ୍ୟ ବ୍ୟବସ୍ଥାର ମାତ୍ର ଜାଣି ହେଉଛି।

ବିଶ୍ୱାସ ନାହିଁ ଯଦି ମୃତକଙ୍କ ପରିବାରକୁ ପଚାର,
ଜଣାଇ ଦେବେ ବେସରକାରୀ ସ୍ବାସ୍ଥ୍ୟ ଅନୁଷ୍ଠାନଙ୍କ ଖର୍ଚ୍ଚ ଓ ଆଚାର।

ଡୁଇଟ ଡେଭିଡ ଫିଲିପ
(ହିଲ ସାଇଡ ନର୍ସିଂ ହୋମ, ଖଣ୍ଡଗିରି, ଭୁବନେଶ୍ୱର, ଓଡ଼ିଶା)
ଲେହେରି ଥାନା
ବିହାର ଶରିଫ,
ନାଳନ୍ଦା, ବିହାର
୮୦୩୧୦୧
Labels:
edit

No comments:

Post a Comment

Contact Here

Name

Email *

Message *