ରାସ୍ତା, ସମୟ ଓ ଯାତ୍ରାଘରେ ବସିବି ଠେଲା ପେଲା

ରାସ୍ତା, ସମୟ ଓ ଯାତ୍ରା
ଘରେ ବସିବି ଠେଲା ପେଲା
-------------------------
କିଏ ଦୁଇ, କିଏ ଚାରି, କିଏ ଅନେକ, କିଏ ଗୋଟିଏ, କିଏ ଏସବୁ ବିନା,
ଗୋଡ଼, ହାତ, ଚକ, ପିଠି, ପିଚା, ପକ୍ଷ, ଚକା, କିଏ କିଏ କରନ୍ତି ଏସବୁ ବିନା,

ବାୟୁ, ପାଣି, ଭୂମି ଓ ସମୟ ସିନା, ଜାଇ ହୁଏନି ସେସବୁ ବିନା, 
ଅତିକ୍ରମ କରନ୍ତି ସମସ୍ତେ ଦୁନିଆ ।

ଶେଷ କିଏ ଜାଣେ, କିଏ ଜାଣେନା,
କିଏ ନିଜ ପାଇ, କିଏ ନିଜ ବିନା, ସାଥୀ ଥାଇ, ସାଥୀ ବିନା ।

ବାସ୍ତବ କାହାଣୀ ତାକୁ ଜଣା,
ଫେରି ପାରିଲେ ତେବେ ସିନା ।

ଅଧାରେ ଶେଷ, ଶେଷରେ ଶେଷ, 
ଫେରିଲେ ହୁଏ ଯାତ୍ରା, ବାସ୍ତବରେ ଶେଷ ।

ପୁରସ୍କାର, ତିରସ୍କାର ଓ ନିର୍ବିକାର,
ଅନୁଭୂତି ସମସ୍ତଙ୍କ, "ସମୟ ଓ ରାସ୍ତା" ।

ସଠିକ୍ ଉତ୍ତର କାହାର ଅଛି ?
ଅନେକେତ କରନ୍ତି ଶେଷ ଯାତ୍ରା ।

ଦୁତୀୟ ଜନ୍ମର ଯଦି ରହିଛି ସତ୍ୟତା,
ରହସ୍ୟ ଜାଣି ହେବନି ତାଙ୍କ ବିନା ।

ରାସ୍ତା, ସମୟ ଓ ଯାତ୍ରା
ଘରେ ବସିବି, ସମସ୍ତେ ଠେଲା ପେଲା ।

ଡୁଇଟ୍ ଡେଭିଡ ଫିଲିପ
ଲେହିରୀ ଥାନା
କାଟାପାର
ବିହାରଶରିଫ, 
ନାଳନ୍ଦା, ବିହାର ୮୦୩୧୦୧
୯୪୩୭୧୦୪୩୦୩

edit

No comments:

Post a Comment

Contact Here

Name

Email *

Message *