ପଚା କିମ୍ବା ବଳକା

ପଚା କିମ୍ବା ବଳକା
----------------------
ବୁଲା ବୁଲି ମୋର ସବୁ ଦିନିଆ ଜୀବନ,
କିଏ କହିବ ମୋର ହେଲା କେଉଁଠି ଜନମ,
ବୁଲି ବୁଲି ଖାଏ ଫିଙ୍ଗା, ମାଡ, ପଚା, ଠେଙ୍ଗା, କଚଡ଼ା,
ସଜ ଖାଏ ଯେବେ ହୁଏ ବଳକା।

ରମ୍ପା ରମ୍ପି ହୁଏ ଯେ ମୋ ଖାଦ୍ୟ କୁ ଖାଏ
ଖାଇ ସାରିଲେ ସାଙ୍ଗରେ ବୁଲେ,
କେବେ ଖେଳ ତ କେବେ ରାଗ
କିଏ କହିବ, ମୁଁ କାହାର।

ଖରା, ବର୍ଷା, ଶୀତରେ, ଜିୟେ ମରେ ବାହାରେ,
ନାମ ଦେବା କାହାର
ସେତ ଅଟେ କୁକୁର।

ଚେନ ବନ୍ଧା, ଗେଲ ଖିଆ, ଆଇସ ନହେଲେ ଭୋକେ ଶୁଆ ।
ମନ୍ତ୍ରୀ, ଆରକ୍ଷୀ, ରାଷ୍ଟ୍ର ପତି ବା ବିଚାର ପତି, ଯଦି ମାଲିକ, ସଭିଙ୍କଠୁ ମିଳେ ସଲମର ମଜା।

ନହେଲେ, ମୁଁ ବି ହିନସ୍ଥା,
ପଲିଥିନ୍ କିମ୍ଵା, ଅଧା ତିଆରି, କିମ୍ଵା ପରିତ୍ୟକ୍ତ  କଂକ୍ରିଟ ଗଦା, 

ନୀତି ଦେଖା, 
ସହରୀ ନାଳ କୁ ମୁନଶିପାଲଟିର ମଳ ଗଦା,
ଲୁହା, ଜରି, ବୋତଲ, ଢାବଲ ଖୋଜା,
ଯାହା ମିଳିଲେ ତାକୁ ଖିଆ,

ଫଳ, ଆଇସ, ମାଛ, ପରିବା, 
ସନ୍ଧ୍ୟା ରେ ଗଲେ, ପଚା ଓ ଦାମ ରେ ନିଚ୍ଛା,

ମୁଁ ଓ ମୋ ବୁଲା, କେବେ ହେବୁ ଭୋଟର କାର୍ଡ, ଆଧାର କାର୍ଡ ରେ ହେବୁ ବନ୍ଧା,
ରମ୍ପା ରମ୍ପୀ, ଠେଲା ପେଲା, ସର୍ବ ସାଧାରଣ, , ଟ୍ରେନ ବୋଗି, ବସ, ବସ୍ତିରେ ଆମେ ଜମା ।

ରହିଛି ଆମ ପାଇ ପଚା କିମ୍ବା ବଳକା ।

ନାମ: ଡୁଇଟ୍ ଡେଭିଡ ଫିଲିପ୍
ଲେହେରି ଥାନା,
କାଟା ପାର, 
ବାହାର ଶରିଫ, ନାଳନ୍ଦା, ବିହାର
ପିନ୍: 803101
ଦୂର ଭାଷା: ୯୪୩୭୧୦୪୩୦୩
ଇ ମେଲ୍: klddavid@rediffmail.com
Labels:
edit

No comments:

Post a Comment

Contact Here

Name

Email *

Message *