ନୀତି ଆଙ୍କିବି

ନୀତି ଆଙ୍କିବି 
---------------
ଜାଣି ନଥିଲି ମୁଁ ତୂଳୀ ଧରି,
ଧରାଇ ଦେଲ ଆଣି ଅନେକ ରଙ୍ଗ ଓ ତୂଳୀ,
ବାଧ୍ୟ ହେଲି କ୍ୟାନଭାଶ ରେ ଆରମ୍ଭ କଲି,
ଭଲ ଲାଗୁଛି ଏବେ ତୁମ ପ୍ରତିକ୍ରିୟା ଓ ପ୍ରତିଛବି।

ନୀଚ କୁ ଯେ କଲ ଉଚ୍ଚ ତାହାନୁହ,
ସମ୍ରାଟ ହେଲିଣି ବସି ତୁମେ କହୁଛ,
ରଙ୍ଗ ଓ ତୂଳୀ ସୁଖିଲେ ତୁମେ ବି ସଜାଡୁଛ,
ଭୁଲ ହେଲେ ମୋତେ ଠାରି ଦେଉଛ।

ଆତ୍ମାର କାମ ଏବେ ଜାଣିଲି,
ମୋ ହାତେ ବି ହେବ ତୁମଠୁ ଜାଣିଲି,
ମୁଁ ବି ଭାବୁଛି ଆଉ ଅଧାରୁ ଫେରିବିନି,
କ୍ୟାନଭାସ, ତୂଳୀ ଓ ରଙ୍ଗ ସଜାଡୁଛ ମୁଁ ନୀତି ଆଙ୍କିବି।

ଡୁଇଟ୍ ଡେଭିଡ ଫିଲିପ
ଲେହିରୀ ଥାନା,
କାଟାପାର,
ବିହାରଶରିଫ, 
ନାଳନ୍ଦା, ବିହାର ୮୦୩୧୦୧,
୯୪୩୭୧୦୪୩୦୩
Labels:
edit

No comments:

Post a Comment

Contact Here

Name

Email *

Message *