ଅନୁତାପର, ବାଲି ଘର

ଅନୁତାପର, ବାଲି ଘର
------------------------
ତଳେ ବସି
ଦୁଇ ଜଙ୍ଘ ମଧ୍ୟରେ ରହି,
ତୃପ୍ତିର ସ୍ମିତ ହସ, ନିରୋଳା ଏକାନ୍ତ ଅଗଣା,
ହାତ ପୁରୁଷର ଜଙ୍ଘ ଉପରେ, 
ତା ଉପରେ ଥୋଡ଼ିରେ ଭାର ଦେଇ ମୁଁହ, 
ବିଶ୍ରାମ, ଓ ତୃପ୍ତିର ଚେହେରା,
କହୁଛି,

"କାହିଁକି ମନା କରିଥିଲେ ୨୦ ବର୍ଷ ପୂର୍ବେ ତୁମ ପ୍ରସ୍ତାବ"

"ଏତେ ଭଲ ମଣିଷ ଟେ ତୁମେ,
ପୌରୁଷ, ପୁରୁଷ, ଭଦ୍ର ମଣିଷର ସମାହାର" l

"ହୋଇ ପାରିଲିନି ତୁମ ଦୀର୍ଘ ଉପନ୍ୟାସର ରମଣୀ,
ଟିକେ ଚାଖି ନିଏ ଜାଳିବା ପୂର୍ବରୁ ମୋର ଅନୁତାପର, ବାଲି ଘର
ଖାଲି ବାଢ଼ିବି କିଛି ଶବ୍ଦ ରସ"
 
"ଯୌବନତ ଯାଇଛି",
"ଯୌବନ ରସରେ ପୂର୍ଣ୍ଣ ହୋଇ ମୋ ପସନ୍ଦର ପୁରୁଷକୁ ପୂଜା କରିବାକୁ ଇଚ୍ଛା",

"ସମୟତ ଯାଇଛି, ଯୌବନ ନାହିଁ
କାମନା ଜାଗ୍ରତ, 
ଖେଳିବାକୁ ଚାହୁଁଛି ଶବ୍ଦର ରସରେ"

"ମୋ ଭାବନାତ ବ୍ୟକ୍ତ କଲି, 
ଶବ୍ଦ ରସ ଯୋଗ କର, ମୋ ଶବ୍ଦରେ"
 
"ଶବ୍ଦ ଛନ୍ଦା ଛନ୍ଦି ହେଲେ ମୁଁ ହେବି ତୃପ୍ତ"
"ଯିବତ ଜାଣିଛି,
ଟିକେ ଚାଖି ନିଏ ଜଳିବା, ପୂର୍ବରୁ ମୋର ଅନୁତାପର, ବାଲି ଘର"

ଡୁଇଟ୍ ଡେଭିଡ ଫିଲିପ
ଏଲ.ଡି, ହାଉସ
ଆମ୍ଲାତୋଳା
ଚାଇବାସା, ଝାଡ଼ଖଣ୍ଡ, 
୯୪୩୭୧୦୪୩୦୩
Labels: ,
edit

No comments:

Post a Comment

Contact Here

Name

Email *

Message *