ମୁଁ ଚିର ଉଲଙ୍ଗ। ହୋଇଛି!
Friday, April 15, 2022
ମୁଁ ଚିର ଉଲଙ୍ଗ। ହୋଇଛି!
–--------------------------
ମା
ମୋତେ ସେ ତଣ୍ଟି ଚିପି ମାରିଲା
ପ୍ରାଣ ନ ଯାଉଣ କ।ଟିଲା ଲୋ....
କତୁରି ନା ଟାଙ୍ଗିଆ, ନା ଦାଆ, ଜାଣିନି...
ମଲା ଭାବି, ଚୋଟ ମାରି ମାରି ଖଣ୍ଡ କଲା
ଜାଣି ପାରୁଥିଲି......
ମା
ତୁ ଏଇଥି ପାଇ ଜନ୍ମ କରିଥିଲୁ କି
ପାଠ କାହିକି ପଢ଼ାଇଲୁ
ଚାକିରି ପାଇ ମନା କାହିଁକି ନକଲୁ
ହାତ ଟାଣି ରଖି ଥାନ୍ତୁ
ଆଉ ତୋର ଗେଲ, ପିଠା, ଖିରି,
ଶାଗ, ପଖାଳ, କୋଳ
ପାଇବିନି ଜାଇ
ବାପା
ତୁମେ ବିତ ପୁରୁଷ,
ତମକୁ ଦେଖି ଏହି ପୁରୁଷ କୁ ବିଶ୍ୱାସ କଲି
ଭାଇରେ
ତୋ ଭଉଣୀ କୁ ପୁରା ଖାଇଲା ସେ
ତୋତେ ଖୋଜିଲିରେ ଭାଇ,
ମୋ ଆଖିରେ ମୋର ରକତ
ମୋ ଦେହରେ ମୋର ଚିରା ଲୁଗା
ମୋ ଦେହରେ ତାର ହାତ
ବଡ଼ ହେଲାପରେ
ତମେ ସବୁ ମୋତେ କେବେ ଛୁଇ ନଥିଲ
ମୋତେ ସେ ସବୁଠି ଖଣ୍ଡ ଖଣ୍ଡ କଲା
ଭାଇ ରେ
ଜା ପଚାରିବୁ
ସେ କାନ୍ଥ ଦେଖିଛି
ସେ ମାଟିରେ ମୋର ରକ୍ତ ପଡ଼ିଛି
କୁକୁର ଚାଟିଛି
ପିମ୍ପୁଡ଼ି, ମାଛି ବସିଛି
ସେ କହିବେ
ତାଙ୍କୁ ପଚାରିବୁ ସେ କହିବେ
ଭାଇ
ମୋ ଚିତ୍କାର ସେଇଠି ଏବେବି ଗୁଞ୍ଜୁରୁଛି, ଜା ଶୁଣିବୁ
ବାପା
ଯାଅ
ସେ ମାଟିରେ ତମ ଗେଲିର ପ।ଦ ଚିହ୍ନ ଅଛି
କହିଦେବ
ମୁଁ କେତେ ଗୁରୁର୍ଣ୍ଡିଲି
ମୁଁ କେତେ ବିକଳ ହେଲି
କେତେ ସହିଲି......
ଭାବିଥିଲି
ସେଶ ମୁହୂର୍ତ୍ତରେ
ଆମଘରୁ କିଏ.....
ନହେଲେ ଆମ ଗାଆଁ ରୁ କିଏ......
ଆମ ଛାତ୍ର ଛାତ୍ରୀ ରୁ ବି କିଏ.......
ଆମ ସହ କର୍ମୀ ଭିତରୁ ତ ନିଶ୍ଚେ କିଏ
ଜଣେ ତ ପହଞ୍ଚିବ
କେହି ହେଲେ ଆସିଲନି
ଆସିଲ
ମୋର ରକ୍ତ ମାଡ଼ିଲ
ଜାଣି ପରିଲ ନି?
ଏବେବି ତ ଡାକୁଛି
ମା.......
ବା...... ପା......
ଭାଇ ରେ.........
ଲୁଚ କାଳୀ ଭାବୁଛୁ
ମୁଁ ଆଜି ଲୁଚିନି ତୁ ଦେଖି ପାରୁନୁ
ମୁଁ ସବୁଠି ଅଛି
ମୋର ଚୁଟି,
ମୋର ପାଉଜି
ମୋର ଦେହ
ମୋର ହାଡ଼
ମୋର ଡ୍ରେସ
ମୋର ରକ୍ତ
ସବୁ ଖଣ୍ଡ ଖଣ୍ଡ ହୋଇ ଖେଳି ଯାଇଛି
ଯେଉଁଠି ଖୋଜିଲେ ସେଇଠି
ଏ ସାଙ୍ଗ ମାନେ କହିଦିଅ
ସେ ମୋତେ ପୁରା ବିଭ୍ସ୍ସ କରିଦେଇଛି
ମୁଁ ଆସି ପାରିବନି
ତମେ ସବୁ କେହି ଦେଖି ପାରିବନି
ମୁଁ ଉଲଙ୍ଗ
କେହି ସେତେ ହୋଇନି
ମୁଁ ଏତେ ଲୁଚି ଯାଇଛି ଯେ
ତମେ ସବୁ କେହି ଦେଖି ପାରିବନି
ସେ ସେ ସେ, ସେ ହିଁ ଦେଖିଛି, ଦେଖୁଛି, ଦେଖୁଛି
ମୁଁ ହେଲି ଚିର ଉଲଙ୍ଗ
ମା
ଲୁଚେଇ ଦେ ମୋତେ
ସେ ଦେଖିଛି, ଦେଖୁଛି ମୋତେ
ବାପା
ଲୁଚେଇ ଦିଅ ମୋତେ
ସେ ଦେଖିଛି, ଦେଖୁଛି ମୋତେ
ଭାଇ
ଆ......ନା....
ଦେଖିପାରିବୁନି
ଆଖି ବୁଜିଦେ
ବଲାଙ୍ଗୀର, କଳାହାଣ୍ଡି, ପଶ୍ଚିମ ଓଡ଼ିଶା, ଓଡ଼ିଶା, କେହି ଆସନା.....
ମୋତେ ଲୁଚିବାକୁ ଦିଅ
ସମୟ, ଆ.......
ମୋତେ ଲୁଚେଇ ଦେ
ମୁଁ ସେଇ ମମିତା
Dwit David Philip
ନାମ: ଡୁଇଟ୍ ଡେଭିଡ ଫିଲିପ୍
ୱାର୍ଡ ନମ୍ୱର୍: ୧୭
ବୁଡ଼ିବହାଲ,
ଭବାନୀାଟଣା,
କଳାହାଣ୍ଡି, ଓଡ଼ିଶା
ପିନ୍: ୭୬୬୦୦୧
ଦୂର ଭାଷା: ୯୪୩୭୧୦୪୩୦୩
ଇ ମେଲ୍: klddavid@rediffmail.com
ନାମ: ଡୁଇଟ୍ ଡେଭିଡ ଫିଲିପ୍
ଲେହେରି ଥାନା
କଟା ପାର,
ବାହାର ଶରିଫ, ନାଳନ୍ଦା, ବିହାର
ପିନ୍: 803101
ଦୂର ଭାଷା: ୯୪୩୭୧୦୪୩୦୩
ଇ ମେଲ୍: klddavid@rediffmail.com
edit
No comments:
Post a Comment