ଶ୍ରଦ୍ଧାଞ୍ଜଳି ଢ଼ାଳିବି କେଉଁଠି

ଶ୍ରଦ୍ଧାଞ୍ଜଳି ଢ଼ାଳିବି କେଉଁଠି
------------------------------
ଆଖିର ସ୍ଵୀକୃତି, ଆସକ୍ତି
ଓଠର ଚୁମ୍ବନ, ହାତ, ଦେହର ସ୍ପର୍ଶ, ଛନ୍ଦ
କାମାଭିଳାଷ ତୁମ ପ୍ରେମ

ବଦାନ୍ୟ, ଜଳାଞ୍ଜଳି, କ୍ରନ୍ଦନ
କିଛି ନପାଇ ଦେବା
ଖ୍ରୀଷ୍ଟ ତୁମ ପ୍ରେମ

ସ୍ତନ ପାନ, ଆଲିଙ୍ଗନ
କୋଳ, ଯତ୍ନ, ଗେଲ
ମାତୃତ୍ଵ ତୁମ ପ୍ରେମ

ବଳିଦାନ, ସଂଗ୍ରାମ, ନୀତି ଅନୀତି ଚର୍ଚ୍ଚା
ବିକ୍ଷୋପ, ଆନ୍ଦୋଳନ, ବର୍ଜନ, ତିରସ୍କାର, ସ୍ଲୋଗାନ, 
ଦେଶ, ଜାତି, ଭାଷା, ସଂସ୍କୃତି ତୁମ ପ୍ରେମ

ମାଟି ହାଣ୍ଡି
କାଚ ଗ୍ଲାସ୍
ପାଣି ଦର୍ପଣ
ପ୍ରେମ
ଖସିଗଲେ ଶେଷ 

କ୍ରୁଶ ପ୍ରେମ,
ଜୀବନ ପାଇ ଜୀବନ

କବର ବି ତୁମ ନାହିଁ,
ଯାତ୍ରା ମୋ ହେଉଛି ଶେଷ,
ଶ୍ରଦ୍ଧାଞ୍ଜଳି କେଉଁଠି ଢ଼ାଳିବି
ମିଳୁଛି ଅଜସ୍ର ଫୁଲ

ଡୁଇଟ୍ ଡେଭିଡ ଫିଲିପ
ଲେହିରୀ ଥାନା
କାଟାପାର
ବିହାରଶରିଫ, 
ନାଳନ୍ଦା, ବିହାର ୮୦୩୧୦୧
୯୪୩୭୧୦୪୩୦୩
Labels:
edit

No comments:

Post a Comment

Contact Here

Name

Email *

Message *