ପାଗଳ ନା ମନ୍ତ୍ର ମୁଗ୍ଧ
Friday, April 15, 2022
ପାଗଳ ନା ମନ୍ତ୍ର ମୁଗ୍ଧ
-----------------------
ପାଗଳ ନା ମନ୍ତ୍ର ମୁଗ୍ଧ
ଆପଣାଇ ନେବାର ଏତେ ଅନୁରାଗ
ଦୂରତା ଅସହ୍ୟ
କୋମଳ ଶକ୍ତ କଣ୍ଟକ ଗୋଲାପ !
ମଳି ଦେଲା
ଦୀର୍ଘ, ନିଃଶ୍ୱାସ ଭରା
ଥର ଥର
ଯତ୍ନ, ପ୍ରଖର, ଝାଳ, ନାଳ, ଉଷ୍ମ
ହାତ
ଭରେ ନି ମନ
ସମାନ ଗତି, ମତି, ନୀତି, ଶକ୍ତି, ପ୍ରୀତି, ଶାନ୍ତି, ତୃପ୍ତି
ପ୍ରସାରିଲା ନେଇ ଯିବ ବୋଲି
କୋମଳ ଶକ୍ତ କଣ୍ଟକ ଗୋଲାପ
ନିଜ ଘର
ଗାଳିଚାକୁ
ବକ୍ଷେ ତା ଭରି
ଆଦରେ, ଯତ୍ନେ, ଧିରେ, ଧିରେ, ଚୋର ପରି ସାହସ କରି, ସମ୍ମାନେ
ଦେଖିବ, ଭୋଗିବ, ନିର ଦେଇ,
ପଥେ ସେ ଜାଣିନି
କେତେ ଥର ସେ
କାଣ୍ଡରୁ ପତ୍ର ଯାଏ
ଶିହରାଇ ଦେଇଛି ପୁରା ବଦନେ
ନେଇ ସେ ଦେଖୁଛି
ମଳି ଦେଇଛି ତା ଗୋଟିଏ ଫୁଲର କାଣ୍ଡକୁ
ପ୍ରେମ ପାଗଳ
ଗୋଲାପ ଗଛ
କହି ପାରୁନି, ଭାବୁଛି
ମୁଁ ଆଉ ଫୁଟିବି ଥରେ ଦେଇଦେ ମୋତେ ତୋର ଓଠର ସେ ନିରୀହ, ଉଦାର, ବାଲ୍ୟ, ସରଳ କିସ୍
ଦେ ମୋତେ ପାଣି ଆଉ
ତୋ ସାର
ଦେଖୁଥା ମୋତେ ବାର ବାର
ଜାଣୁଛି ତୁହିଁ ମୋର ପ୍ରକୃତ ପ୍ରେମୀ
ଡୁଇଟ୍ ଡେଭିଡ ଫିଲିପ
ଲେହିରୀ ଥାନା
କାଟାପାର
ବିହାରଶରିଫ,
ନାଳନ୍ଦା, ବିହାର ୮୦୩୧୦୧
୯୪୩୭୧୦୪୩୦୩
edit
No comments:
Post a Comment