ବିଜ୍ଞାନ ପ୍ରାୟୋଜିତ ନକ ଆଉଟ୍ ମ୍ୟାଚ୍

ବିଜ୍ଞାନ ପ୍ରାୟୋଜିତ ନକ ଆଉଟ୍ ମ୍ୟାଚ୍
-------------------------------------------
ମୃତ୍ୟୁ ପରେ ଜୀବନ ନାହିଁ
ବିଜ୍ଞାନର ସାର, 
ଆଖି ଠାରି ଦେଲେ ସବୁ ହେଉଛି, 
ନକ ଆଉଟ୍ ଚାଲିଛି

ଏ ମନ
ମୃତ୍ୟୁ ପରେ ଜୀବନ ନାହିଁ
ଯୌନ ସମ୍ଭୋଗ ଆଜି ନକଲେ କେବେ,
ପ୍ରାଣ ଯିବା ପୂର୍ବରୁ କରିଦିଏ !
ଆଖି ଠାରି ଦେଲେ ସବୁ ହେଉଛି

ମୃତ୍ୟୁ ପରେ ଜୀବନ ନାହିଁ
ଏ ମନ
ଏଇସ୍ୱର୍ଯ୍ୟ ଭୋଗ, ଆଜି ନକଲେ କେବେ, 
ପ୍ରାଣ ଯିବା ପୂର୍ବରୁ ହାସଲ କରିନେ !
ଆଖି ଠାରି ଦେଲେ ସବୁ ହେଉଛି

ମୃତ୍ୟୁ ପରେ ଜୀବନ ନାହିଁ
ଏ ମନ
କ୍ଷମତା ଭୋଗ ଆଜି ନକଲେ କେବେ 
ପ୍ରାଣ ଯିବା ପୂର୍ବରୁ କରିଦେ !
ଆଖି ଠାରି ଦେଲେ ସବୁ ହେଉଛି

ରାଷ୍ଟ୍ରର ' ଆଇନକୁ ' ଆଖି ଠାରି ହେଉଛି,
ସମାଜର ' ସଂସ୍କୃତି ' ପୁରୁଣା ହୋଇଛି,
ଧର୍ମର ' ନୀତି ' ଅବଜ୍ଞାନିକ ଦିଶୁଛି,

ସ୍ଥାବର ଉପରେ ଅସ୍ତାବାର ଭାରିପଡୁଛି
ଆଇନ, ସଂସ୍କୃତି, ନୀତି, 
ଆଖି ଠାରି ଦେଲେ ସବୁ ହେଉଛି

ରାଷ୍ଟ୍ର କେଉଁ କେଉଁ ହୋଟେଲର, ଜଙ୍ଗଲର, ଅଫିସର, ଘରର 
ଯୌନ ଓ ଅନ୍ୟ ନିଯ୍ୟାତନାକୁ ଧରିବ !
ଆଖି ଠାରି ଦେଲେ ସବୁ ହେଉଛି

ସମାଜ ଭିନ୍ନକ୍ଷମ, 
ଯୌନ ଓ ଅନ୍ୟାନ୍ୟ ନିଯ୍ୟା ତନାକୁ ରାଷ୍ଟ୍ରକୁ ହସ୍ତାନ୍ତର କରିଛି !
ଆଖି ଠାରି ଦେଲେ ସବୁ ହେଉଛି

ଧର୍ମ ନିଜର ସତ୍ତା ଖୋଜିବାରେ ବ୍ୟସ୍ତ,
ମାନିଲେ ଠାକୁର, ନମାନିଲେ ପଥର!
ଆଖି ଠାରି ଦେଲେ ସବୁ ହେଉଛି

ଯମ, ସ୍ବର୍ଗ, ପୁନର୍ଜନ୍ମ 
ଥିଲେ ତ ପାପ?

ବେଦ, କୁରାନ, ବାଇବଲ, ଗ୍ରନ୍ଥ ସାହିବ ଇତ୍ୟାଦି
ବିଜ୍ଞାନ ବହିର୍ଭୁତ!

ପୂଜା,
ପ୍ରାର୍ଥନା
ଗୀତ
ସ୍ତୋତ୍ର କଲେ ଯାହା ବିଜ୍ଞାନ ଦିଏନି ତାହା ଧର୍ମ ଦିଏ
ଯୌନ, ଅର୍ଥ, କ୍ଷମତା ପାପ୍ତି, ଭଲନ ହେଲେ  ' ଅଶୁଭ ହେଲା '
ଆଖି ଠାରି ଦେଲେ ସବୁ ହେଉଛି

ଭୋଜି-ଭାତ, 
କାହାର କେତେ ଅର୍ଥ, କ୍ଷମତା, କାମାଶକ୍ତଅଙ୍ଗ  ପ୍ରଦର୍ଶନି ମଞ୍ଚ
ଆଖି ଠାରି ଦେଲେ ସବୁ ହେଉଛି

କିନ୍ତୁ
ମୃତ୍ୟୁ ପରେ ଜୀବନ ନାହିଁ ସବୁ ମୁହର ସାର 
ବିଜ୍ଞାନ ବହିର୍ଭୁତ
ଆଖି ଠାରି ଦେଲେ ସବୁ ହେଉଛି

ନୀତି, ସଂସ୍କୃତି, ହାରି ସରିଛି
ଆଇନ ହାରିନି, 
ବଲ୍ ରାଜନୀତି, ପଇସା ବାଲା, ଗଣ ମାଧ୍ୟମ ଓ ବିଚାରପତି ହାତରେ ଅଛି, ନକ୍ ଆଉଟ୍ ଚାଲିଛି

ଡୁଇଟ୍ ଡେଭିଡ ଫିଲିପ
ଲେହିରୀ ଥାନା
କlଟlପାର
ବିହାରଶରିଫ, 
ନାଳନ୍ଦା, ବିହାର ୮୦୩୧୦୧
୯୪୩୭୧୦୪୩୦୩
Labels:
edit

No comments:

Post a Comment

Contact Here

Name

Email *

Message *