ଶାଗୁଣା, ବାଜ ଓ ଚିଲ

ଶାଗୁଣା, ବାଜ ଓ ଚିଲ
--------------------
ଶାଗୁଣା, ବାଜ ଓ ଚିଲ ପକ୍ଷୀ,
ମହାକାଶେ ଉଡୁଛି ହସି ହସି ।
ଝାମ୍ପି ବସନ୍ତି ଶିକାରକୁ ସେମାନେ ଦେଖି
ବୁଝି ପାରେନି ଶିକାର, ଫସିଲା କେମିତି ।

ଯେ ପକ୍ଷୀ ଉଡେ ଯେତେ ଦୂର
ସେ ପରା ଜାଣିଛି ତା ବେଭାର ।
ପିଂମ୍ପୁଡ଼ି, ମାଛି ଓ ଘର ଚଟିଆ ଏତେ ସାନ,
ଶିକାର ନୁହେଁ ସେଗୁଡା ଶାଗୁଣା, ବାଜ ଓ ଚିଲର ଆହାର ।

ଏ ଦୃଶ୍ୟ ଅଟେ ପୁଞ୍ଜି ବାଦି ଗଣ ତନ୍ତ୍ରର,
ଦଳିତ, ଆଦିବାସୀ, ଭିକ୍ଷୁକ ବ୍ରାହ୍ମଣ ଶିକ୍ଷା ହିନଙ୍କର ।

ଏକ ହୋଇ ସେ ବିଭିନ୍ନ ପଞ୍ଚାୟତ ଯାଆନ୍ତି,
ଏତେ ବୋକା କିଛି ଯେ ବାହାରି ନକସଲ ବୋଲାନ୍ତି ।
ତାଙ୍କୁ ଶାଗୁଣା, ବାଜ ଓ ଚିଲ କେବେ ମିଳନ୍ତି ନାହିଁ,
ସେ ଶ୍ରେଷ୍ଠ ପରଜୀବୀ ଶିକାରୀ, ଅଛପା ନୁହେଁ ଭାଇ ।

ଜିଓ ଓ ଏନଜିଓ, ନିଜକୁ ମାଲିକ ଓ ସେବକ ବୋଲାନ୍ତି,
ସେ ଶାଗୁଣା, ବାଜ ଓ ଚିଲର କେବଳ ସେବକ ଅଟନ୍ତି ।

କୁପୋଷଣ, ଶିକ୍ଷା ହୀନ, ଆୟ ହୀନ, ଦୁର୍ନୀତି ଭଲ ବାହାନା,
ରୋଙ୍ଗଟା, ଟାଟା, ରେଲାୟେନ୍ସ, ମୋଦିର
କିଏ କରିବ ସାମନା ।

ଜମି, ନେତା, ଖଣି ଓ ନ୍ୟାୟ କିଣା ଚାଲିଛିକି,
ଶାଗୁଣା, ବାଜ, ଚିଲ, ଆମକୁ ଆକାଶେ ଦେଖା ଯାଉନି ।

ଡୁଇଟ୍ ଡେଭିଡ ଫିଲିପ
ଏଲ.ଡି, ହାଉସ
ଆମ୍ଲାତୋଳା
ଚାଇବାସା, ଝାଡ଼ଖଣ୍ଡ, 
୯୪୩୭୧୦୪୩୦୩
Labels:
edit

No comments:

Post a Comment

Contact Here

Name

Email *

Message *