ମାଁ, ଝିଅ, ବହୁ ଓ ସେ
Tuesday, April 26, 2022
ମାଁ, ଝିଅ, ବହୁ ଓ ସେ
-----------------------
କେଶ ବିନ୍ୟାସ ଜାଣି ଶୁଣି,
କେଶକୁ ଅସଞ୍ଜତ କରି ବାନ୍ଧି,
ଆଖିରେ କଳା ଗାଢ଼ କରି,
କାନି ବା ଓଢ଼ଣିକୁ ଜାଣି ଖସେଇ,
ନାଲି ଓଠ ସାଙ୍ଗେ, କାନ ଓ ଗଳାରେ ଲମ୍ବା ମାଳି,
ଭିତର ଗଳିରୁ ବାହାରୁ ନଥିଲା ସେ ।
ମାଁ କହୁଛି ଝିଅକୁ, ତୁ ଏମିତି ବାହାରକୁ ଯାଆନା,
ବହୁ କହୁଛି ସ୍ୱାମୀକୁ, ତୁମ ମାଁ ହେଉଛନ୍ତି ଅଧିକା,
ଟିଭି, ପାର୍ଟି, ଶ୍ରେଣୀ, ଦପ୍ତର, ସବୁଠି ଆଜି ପ୍ରାୟ ସେପ୍ରକାର ।
କେଉଁଟା ଅଧିକା, କେଉଁଟା କମ,
ଭଲ ନା ଖରାପ ଆପଣଙ୍କ ବିଚାର,
ଆଖି, ମନ, ପଦା ଓ ଜନ ଗହଳିର କିନ୍ତୁ ସମାନ ଇଚ୍ଛା,
ଖଣ୍ଡ ପିଠ ନା ପୂର୍ଣ୍ଣ ବେଞ୍ଚ, କିଏ କାହିଁକି କହିବ ତାକୁ କଣ କରିବା ଦରକାର ?
ଡୁଇଟ୍ ଡେଭିଡ ଫିଲିପ
ଏଲ.ଡି, ହାଉସ
ଆମ୍ଲାତୋଳା
ଚାଇବାସା, ଝାଡ଼ଖଣ୍ଡ,
୯୪୩୭୧୦୪୩୦୩
edit
No comments:
Post a Comment