ଭିକ, ଭୋକ, ବିସ୍ଥାପିତଙ୍କର 'ଝାରଖଣ୍ଡ ଖଣି' ଘର

ଭିକ, ଭୋକ, ବିସ୍ଥାପିତଙ୍କର 'ଝାରଖଣ୍ଡ ଖଣି' ଘର
-----------------------------------------------
ଖରାରେ ନାଳନ୍ଦାରୁ ଚାଇବାସା ସହର
ଚାକିରି ଓଡ଼ିଶାରୁ ବିହାର, ସେଠୁ ପାଖ ଝାରଖଣ୍ଡ
ଟ୍ରେନ, ବସ, ବସ୍ତିରେ ଦେଖୁଛି ମଣିଷ ପାଣି ପାଣି
ଗରମ ଦୂର ହେଉଛି ମୁନ୍ଦେ ପାଣି ତଣ୍ଟିରେ ଢାଳି

ମିଛ ନୁହେଁ ଏ, ସକାଳୁ ବାହାରିଲି ଚାଲି,
ପାର୍କ, ସହର ସୁନ୍ଦର ବୁଲି ଆସିଲି,
ଲଜ୍ କୁ ଫେରିବା ପୂର୍ବେ ଦେଖିଲି
ବୁଢ଼ୀ ଟିଏ ଗଡି ଗଡି ହେଉଛି ପାଣି ପାଣି 

ଆଦର୍ଶବାଦି ବ୍ୟକ୍ତିତ୍ଵ ଓ ହୃଦୟ ଜାଗ୍ରତ, 
ଧାଇ କିଣି ଦେଲି ବିସ୍କୁଟ, କେକ, ପାଣି ବୋତଲ
ବୁଢ଼ୀର ପିଇବା ବେଳକୁ ପଡ଼ିଲା ନଜର
ସେ ଜାଗା ଅଟେ ଜିଲ୍ଲା ମହିଳା ଯାତ୍ରୀ ନିବାସ ଅଫିସ ଘର  

ଅଚଳ ବୁଢ଼ୀ ଯଦି ଯୋଗ୍ୟ ବୃଦ୍ଧା ଶ୍ରମ ପାଇଁ ସାହାରା ଘର
ଭାବିଲି, ଝାଡ଼ଖଣ୍ଡକୁ କି ସରକାର କରିବେ ବୃହତ୍ ବୃଦ୍ଧା ଘର

ପ୍ରଶ୍ନ ଟି ଛାଡ଼ିଲା ବୁଢ଼ୀ ମଥାରେ ମୋର
ଘରେ ନପଶୁଣୁଁ କପାଳେ ଚିହ୍ନ ମୋହର 

ପାଣି ନା ବେଘର ବୁଢ଼ୀଙ୍କ, କାହାର ବ୍ୟବସ୍ଥା ହେବ
ଭିକ, ଭୋକ, ବିସ୍ଥାପିତଙ୍କ 'ଝାରଖଣ୍ଡ ଖଣି' ଯେ ଘର

ଡୁଇଟ୍ ଡେଭିଡ ଫିଲିପ
ଏଲ ଡି, ହାଉସ
ଆମ୍ଲା ତୋଳା
ଚାଇବାସା, ଝାଡ଼ଖଣ୍ଡ, 
୯୪୩୭୧୦୪୩୦୩
Labels: , ,
edit

No comments:

Post a Comment

Contact Here

Name

Email *

Message *