"ନୋ କମପ୍ରମାଏଜ୍ ଇଂରାଜୀରେ" ମୋର ଇଚ୍ଛା

"ନୋ କମପ୍ରମାଏଜ୍ ଇଂରାଜୀରେ" ମୋର ଇଚ୍ଛା

ଧର୍ମରେ ମୁସଲମାନ
ଛାତିରେ ହିନ୍ଦୁସ୍ଥାନ
ସ୍ବାମୀ ମୋର ବିହାରର ମୁଶାହାର,
ଠିକଣା ବର୍ଦ୍ଧମାନ

ସ୍ବାମୀ ଭାର୍ଯ୍ୟା ଉଭୟେ ଆମେ ଦିବ୍ୟାଙ୍ଗ 
ସ୍ୱାବଳମ୍ୱି ଆମେ ନିଜେ ଆତ୍ମ ନିର୍ଭର
ଅଣ୍ଡା ବ୍ରେଡ ଟୋଷ୍ଟ ଆମରି ବୃତ୍ତି
ପିଲା ଚାରି ଆମ ପଢନ୍ତି ନୀତି

ଷ୍ଟେସନର ଝୋପଡ଼ିରେ ବସେ ମୋ ସ୍ବାମୀ
ବିବାହ ପୂର୍ବରୁ ଦେଖି ମାରିଲା ଆଖି 
ଛେଉଣ୍ଡ ମୁଁ ତା ଯୋଗ୍ୟତା ଦେଖି
ମୂକ ଅଟେମୁଁ, ଅଚଳକୁ ହଁ କହିଲି କାଶୀ

ସ୍ବାମୀ ସ୍ତ୍ରୀ ଦୁହେଁ ଦିନରେ ବେପାର କରୁ
ପ୍ରେମରେ ବିତାଇ ଆଜି ଦୁଇରୁ ଛ ହେଲୁ

କୋରୋନା ବନ୍ଦ୍ କଲା ବେପାର ଆମରି
ସ୍ବାମୀ କହିଲା ଚାଲ ଘର ନାଳନ୍ଦା ମୋହରି

ଏଠି ମିଳୁନି କି ଚଲୁନି କିଛିରେ ଭାଇ
ଭତ୍ତା ୬x୫ ହିସାବରେ ଚାଉଳ ୩୦ କେଜି
ଘରଟେ ଅଛି, ଜମି ନାହିଁ, 
ବେପାର ନାହି କି ପାଠ ନାହିଁ

ଛୁ ମାରିବୁ ଭାବିଛି ଆଜି
ଅଣ୍ଡା ବ୍ରେଡ ଟୋଷ୍ଟ ଦେବୁ ପରଷି
କହନ୍ତି ମୋଦି ସବକା ସାଥ ସବକା ବିକାଶ
ଗାଆଁ ରେ ରହିଲେ ଜୀବନୀ ଆମ ଦୁର୍ଦ୍ଦଶା

ଜାତି, ଧର୍ମ, ସରକାର ପଚାରନି ଭାଇ
ପେଟ ଚଳାଇ ଜାଣୁ ତାର ଉତ୍ତର ନାହିଁ

ଗାଁରେ କରୋନା ନାହିଯେ ଭେୟା
ତାସ ପିଟା ପିଟି ଭତ୍ତାରେ ଆଶ୍ରା
ପେଟ କୁ ଦାନା ପିଲାଙ୍କୁ ଶିକ୍ଷା 
"ନୋ କମପ୍ରମାଏଜ୍ ଇଂରାଜୀରେ" ମୋର ଏ ଇଚ୍ଛା

ଡୁଇଟ୍ ଡେଭିଡ ଫିଲିପ
ଲେହିରୀ ଥାନା
କାଟାପାର
ବିହାରଶରିଫ, 
ନାଳନ୍ଦା, ବିହାର ୮୦୩୧୦୧
୯୪୩୭୧୦୪୩୦୩
Labels:
edit

No comments:

Post a Comment

Contact Here

Name

Email *

Message *