ମୃତ୍ୟୁର ନାମ କରଣ

ମୃତ୍ୟୁର ନାମ କରଣ
-----------------------
ଜନ୍ମ ରତ ଅନେକ ନା, 
ପ୍ରକୃତି ଭିତରୁ ନା ପ୍ରକୃତି ବାହାରୁ ନା
ସୁନ୍ଦର୍ ସୁନ୍ଦର୍ ନା

ମୃତ୍ୟୁର ତ ନା ରହେନି
ଆଲୋଚନା କରି ନା ଟେ ରଖିବା

ମୃତ୍ୟୁ ଯାଉଛି ଜନ୍ମ ଆସୁଛି
ମୃତ୍ୟୁ ମୁଁ ଯାହା କରି ଯାଉଛି ଜନ୍ମ ତୁ କରିବୁନି

ମାଆର କ୍ଷୀର ପିଇ, କ୍ଷୀର କାହିଁକି ପିଆଇଲା
ପଚାରିନି, 
କ୍ଷୀର ସ୍ଵାଦ ଭୁଲି ଗଲି,
ମୋ ଜନ୍ମର ଉଦ୍ଦେଶ୍ୟ ବାପାଙ୍କୁ ପଚାରିନି
ବୁଝିନି, ବାପା ବି କହି ନାହାନ୍ତି,

ଦୁଇ ଲିଙ୍ଗର ମିଳନରେ ଜନ୍ମ
ଜନ୍ମ୍ ର ଆଗେ ମୃତ୍ୟୁ 
ଗୋଟିଏ ଦେହର ଦୁଇ ମୁଣ୍ଡ ପରି ଲାଗୁଛି
ଦେହ ହେଉଛି 'ମୁଁ'
ଜନ୍ମ୍ ଓ ମୃତ୍ୟୁ ଆମେ ଦୁଇ ମୁଣ୍ଡ ପରି

ସମୟ ମୋ ସାଙ୍ଗରେ ଏତେଦିନ କାହିଁକି ଥିଲା ପଚାରିନି

ମୋତେ କିଏ ଠିକ କିଏ ଭୂଲ କହିଲେ 
କାହିଁକି ଗୁରୁତ୍ଵ ଦେଉଥିଲି, ଜାଣିନି

ଭୂଲ କଲା ଲୋକବି ଯାଉଛି, 
ଠିକ୍ କଲା ଲୋକବି ଯାଉଛି

ମୁଁ ଯେ ଦିନେ ଯିବି, 
କିନ୍ତୁ କୋଉଠିକୁ, ସ୍ପଷ୍ଟ କହି ପାରୁନି

ପଞ୍ଚ ଭୂତ ସହିତ ଆତ୍ମା ର ମିଳନ ରେ ଜନ୍ମ 
କିନ୍ତୁ, ମାଆ ପେଟର କଥା ମନେ ପଡୁନି
ମୁଁ ବି ତୋତେ କହି ପାରୁନି

ମୁଁ ପଞ୍ଚ ଭୁତ, ମୁଁ ବି ଆତ୍ମା
ପାଣି, ପବନ, ଅଗ୍ଣି, ଉତ୍ତାପ, ଜଳ
କେମିତି ଆତ୍ମା ଆଶେ ପଞ୍ଚ ଭୂତକୁ, ପୁଣି ଯାଏ 

କେଉ ଠିକୁ ଯିବ,
ସ୍ପଷ୍ଟ ତୋତେ ବୁଝାଇ ପାରିବିନି

ଜନ୍ମ୍, ତୁକେଉଁଠୁ ଆସିଲୁ ଯାଣିଛୁକି?
ଶୁଣିଛି, ପଢ଼ିଛି ଜାଣିନି,

ଜନ୍ମ ଯାହାର ମୃତ୍ତ୍ୟ ତାହାର, 
ଦିଶୁଛି
କିଏ କାହାର ବସରେ ନାହାନ୍ତି
ଜନ୍ମ ମୃତ୍ୟୁକୁ ସାଙ୍ଗ ଦେଉଛି, ଦେଖୁଛି

ମୃତ୍ୟୁ ନିଜ ଜନ୍ମକୁ ସାଙ୍ଗ ଦେଉନି
ମୃତ୍ୟୁ ଜନ୍ମକୁ ନେଇ ଯାଉଛି

କେତେ ମାଟି ରୁ ଖାଇଲି
କେତେ ପାଣି ପିଇ ଲି
କେତେ ନିଃଶ୍ୱାସ ନେଲି
ତାର ହିସାବ କେବେ କରିନି

ଜେଉ ରାସ୍ତାରେ ଆସିଲି 
ସେ ରାସ୍ତାର କିଏ ସବୁ ଥିଲେ 
ତୋତେ ସବୁ କହି ପାରିବିନି

ମୋ ଭୂଲ ତୁ କରିବୁନି
କିନ୍ତୁ ତୁ କରିବୁ ମୁଁ ଜାଣିଛି

ମୋ ନା ତାହେଲେ କଣ ରଖିବା
ଜନ୍ମ କହିଲା, ତୋ ନା ' ଅବହେଳା '
ମୃତ୍ୟୁ କହିଲା, ନା ' ଅନୁତାପ '

କବି କହୁଛି, ତୋ ନା ମୃତ୍ୟୁ, ଏହା ଠିକ୍ ଅଛି?
ନା, ସେଥି ପାଇଁ ମୋତେ କିଏ ଭଲ ପାଆନ୍ତିନି
ମୋ ନାମ କରଣ କର......

ଡୁଇଟ୍ ଡେଭିଡ ଫିଲିପ
ଲେହିରୀ ଥାନା
କାଟାପାର
ବିହାରଶରିଫ, 
ନାଳନ୍ଦା, ବିହାର ୮୦୩୧୦୧
୯୪୩୭୧୦୪୩୦୩
Labels:
edit

No comments:

Post a Comment

Contact Here

Name

Email *

Message *