ନିଦରେ ବିଳବିଳାଉଛି

ନିଦରେ ବିଳବିଳାଉଛି
------------------------
ଛି କାହିଁକି ଖୋଳି ଦେଲ
ଗନ୍ଧୁଛି
ସୁଖୀ ସାରିଥିଲା
କି ଦୁର୍ଗନ୍ଧ, ଊହୁଁ 
ଆଉ ଗନ୍ଧୁ ନଥିଲା
ଯିବା ଆସିବା କରି ହେଉଥିଲା
ବାନ୍ତି ମାଡ଼ି ଆସୁଛି
ରହି ହେବନି, ୱ ୱ
ଛିଇ..... 
ଏଇଠି ରହି ହେବନି

କାଠି ଗେଞ୍ଜି ଗେଞ୍ଜୀ ଖୋଳି ଦେଲା ରେ
ପାଣି ମାରି ମାରି ଖୋଳି ଦେଲା
ଆଉ କିଛି ସମୟ ପରେ 
ଖତ ହୋଇ ମିଶି ଜାଇ ଥାଆନ୍ତା

ପାଣୀୟା ହୋଇ ସଦ୍ୟ ପରି ଦିଶୁଛି, 
ଗନ୍ଧୁଛି.... ଛି... ସତରେ ରହି ହେବନି

କେବେ ସୁଖିବଜେ
ଖରା ହେବାକୁ ନାହିଁ
ବର୍ଷା ଆସୁଛି
ଝିପିରି ଝିପିରି ବର୍ଷାରେ ଆହୁରି ଗନ୍ଧୁଛି

-ସୋଇ ପଡ୍ କଣ ବିଳ ବିଳାଉଛୁ-

ସେମାନେ ସୁଯୋଗ ଖୋଜୁ ଛନ୍ତି
ଆମେ
ଆରବ ଦେଶ କି ପାଶ୍ଚାତ୍ୟ ଦେଶକୁ ଚାଲିଯିବୁ
ମା କହୁଛି ଆମେ ବରଞ୍ଚ ଥିବୁ ତୁମେ ପଳାଅ
ନାମ ନ ବଦଳାଇଲେ କାମ, ଘର, ମିଳୁନି

ମୋତେ ଡ୍ରେସ ବଦଳାଇବାକୁ ପଡିବ
ଖାଦ୍ୟ ବଦଳାଇବାକୁ ପଡିବ
ଏ ଧର୍ମ ଚଳିବନି
ଗୋ ମାଂସ ନାଇ, ଗୋ ପୂଜା

ମାଁ, ମୁଁ ତା ସହିତ ସାଙ୍ଗ ହେବିନି
ତା ଘରକୁ ଯିବିନି
କରିବିନି, କରିବିନି, ଛାଡ ଛାଡ ଛାଡ

ହଁ ମୁଁ ତୁମ କଥା ମାନିବି

ଏ ଆମ ଦେଶ
ଏ ମୋର ବି ଦେଶ

ଆମେ ଜାତି ଧର୍ମ ଛାଡ଼ିବୁନି
ମୁଁ ଜଣେ ହେଲେବି ଛାଡ଼ିବି ନାହିଁ

ନା ମୁଁ ଛୋଟ ଜାତି ନୁହେଁ

ମାଁ ସେ ମିଶୁଥିଲା, ଆଉ ମିଶୁନି
ସେ ଡାକୁଥିଲା, ଆଉ ଡ଼ାକୁନି

ତା ପର୍ବ, ଏବର୍ଷ ଆଣି ଦେଲାନି
ମୋ ପର୍ବ, ଏବର୍ଷ ଆସିଲେନି

ମାଁ ମୁଁ ଭୋଟ ଦେବି, ଅଠର ବର୍ଷ ହେଲା

ଗ୍ରେଯୁଏସନ୍.......
ନା..ମାଁ... ଯିବିନି, ମୋତେ ମାରିଦେବେ
ଜୟ ଶ୍ରୀ...... 
ପାକ....., ଆଲ୍..... ଭାରତ ମାତା କି...

ହଷ୍ଟେଲରେ ଶୋଉ ନ ଥିଲା କି
ନିଦରେ ବିଳ ବିଳାଉଛି.....

ମୋର ଭୂଲ ହୋଇଛି, 
ସ୍ଵପ୍ନରେବି ବିଳ ବିଳାଇ ବି ନାହିଁ

ଡୁଇଟ୍ ଡେଭିଡ ଫିଲିପ
ଲେହିରୀ ଥାନା
କାଟାପାର
ବିହାରଶରିଫ, 
ନାଳନ୍ଦା, ବିହାର ୮୦୩୧୦୧
୯୪୩୭୧୦୪୩୦୩

Contact Here

Name

Email *

Message *