Saturday, July 8, 2023
ସ୍ୱେଚ୍ଛା ସେବୀ ଓ ସ୍ବେଚ୍ଛାସେବୀ ଅନୁଷ୍ଠାନ ମାନଙ୍କର ପ୍ରାସଙ୍ଗିକତା
-------
ଗଣତନ୍ତ୍ରକୁ ସୁଦୃଢ଼ କରିବାପାଇଁ, ଦେଶର ନାଗରିକ, ରାଜନୀତିକ ନେତା ଓ କର୍ମ କର୍ତ୍ତା, ସ୍ବାଧୀନ ଗଣମାଧ୍ୟମ ଓ ନିରପେକ୍ଷ ବିଚାର ପ୍ରକ୍ରିୟା ଗୁରୁତ୍ତର ଭୂମିକା ତୁଲାଇ ଥାଆନ୍ତି। କିନ୍ତୁ ସମସ୍ତ ଅନୁଷ୍ଠାନ ଓ ନାଗରିକଙ୍କୁ ଅଧିକାର ଓ କର୍ତ୍ତବ୍ୟ ଉପରେ ସଚେତନ ଓ ଜନ ଜାଗରଣ ପାଇଁ ବିଦ୍ୟାଳୟ ଗୁଡ଼ିକ ପରେ, ଶ୍ୱେଚ୍ଛା ସେବୀ ଅନୁଷ୍ଠାନ ଗୁଡ଼ିକ ସହରେ ଓ ସୁଦୂର ଅପହଞ୍ଚ, ଉପେକ୍ଷିତ ଗାଁ ଓ ଜନତାଙ୍କୁ ପହଞ୍ଚି ଥାନ୍ତି। ସଂଖ୍ୟା ଗରିଷ୍ଠ ଶାସକ ଦଳ ଯଦି ବିରୋଧୀ ମତ, ଗୋଷ୍ଠୀ ଓ ଦଳ କୁ ଦମନ କରିବାକୁ ଚାହାନ୍ତି, ବିଦ୍ୟାଳୟର ଶିକ୍ଷା ର ଆଭିମୁଖ୍ୟ, ପାଠ୍ୟ ଖସଡ଼ା କୁ ପରିବର୍ତ୍ତନ କରନ୍ତି ଓ ଶ୍ୱେଚ୍ଛା ସେବୀ ଅନୁଷ୍ଠାନ ଗୁଡ଼ିକକୁ ଅଧିକାର ଓ କର୍ତ୍ତବ୍ୟ ଉପରେ ସଚେତନ ଓ ଜନ ଜାଗରଣ ନକରିବାପାଇଁ, ଜାଗରଣ କାର୍ଯ୍ୟକୁ ନିଶ୍ଚଳ କରିବା ପାଇଁ, ଜନ ମତକୁ ଦମନ କରିବା ପାଇଁ, କଟ କଣା ଜାରି କରନ୍ତି, ଗଣତନ୍ତ୍ରର ଭବିଷ୍ୟତ କେଉଁଠି।
ଆଜିବି ଭାରତ ଦେଶରେ, ତିରିଶ ଶତକଡା ନାଗରିକ ଦଶମ ଶ୍ରେଣୀରୁ ତଳେ। କୁପୋଷଣ ଓ ସ୍ଥାଇ ରୋଜଗାର ବିହିନ ଜନତା ଓ ପରିବାରଙ୍କ ସଂଖ୍ୟା ଅଗଣିତ। ରାଜନୀତି, ଓ ନାଗରିକର ଅଧିକାର ଓ କର୍ତ୍ତବ୍ୟ ବାବଦରେ ଶିକ୍ଷା ଓ ଜାଗରଣ ଅତି ଆବଶ୍ୟକ। ଦେଶର ଦର୍ପଣ ଦେଶର ନିର୍ବାଚିତ ସଂସଦ ଓ ବିଧାୟକ। ଚରିତ୍ରବାନ, ବୁଦ୍ଧିଆ, ନିରପେକ୍ଷ, ବଦାନ୍ୟ ପଞ୍ଚାୟତର ନିର୍ବାଚିତ ସଦସ୍ୟ, ସଂସଦ ଓ ବିଧାୟକ, ଦେଶକୁ ଦିନକୁ ଦିନ ସମୃଦ୍ଧ ଓ ବଳିଷ୍ଠ ଦେଶ ଓ ଗଣତନ୍ତ୍ର କରି ପାରନ୍ତି।
ଭାରତରେ ଆଜିର ରାଜନୀତି, ବିଭିନ୍ନତାର ଦେଶରେ, ବିଭିନ୍ନ ପ୍ରକାରର ଆଦର୍ଶକୁ ନେଇ, ରାଜନୌତିକ ଦଳ ଭିତ୍ତିକ ଗଣତନ୍ତ୍ର ଚାଲିଛି। ସଂଖ୍ୟା ଗରିଷ୍ଠତାକୁ ଗଣତନ୍ତ୍ର ବୁଝାଯାଉଛି। ମାନବିକତା ଓ ମାନବ ଅଧିକାର, ଭାରତର ଗଣତନ୍ତ୍ରରେ ହ୍ରାସ ପାଉଛି। ଏହା କହିବାର ଉଦେଶ୍ୟ, ଅଳ୍ପ ସଂକ୍ଷକଙ୍କର ସଂସ୍କୃତି, ପରମମ୍ପରା ବିଚାର, ଅପେଖିତ। ରୁଚିକୁ ବାଦ୍ ଦେଇ ବଳ ବା ଖଳରେ ଦେବେଇ ଦେଇ, ବ୍ୟବସ୍ଥା, ନୀତି ଓ ସମ୍ବିଧାନ ସଂଖ୍ୟା ବହୁଳଙ୍କ ପାଇଁ ମାହୋଲ୍ ସୃଷ୍ଟି କରା ଯାଉଛି। ବିଭିନ୍ନ ତାର ଦେଶରେ କେହିନା କେହି, କେଉଁଠି ନା କେଉଁଠି ସଂଖ୍ୟା ଲଘୁ। ଜାତି, ଲିଙ୍ଗ, ଧର୍ମ, ଭାଷା, ପ୍ରଜାତି ରେ କେବଳ ସଂଖ୍ୟା ଲଘୁ ବା ବହୁଳ ନୁହେଁ, ଶିକ୍ଷା, ବୟସ, ବିଚାର, ରୁଚି, ଇତ୍ୟାଦିରେ ମଧ୍ୟ ନିଜ ଘରେ, ସମାଜରେ, ଦେଶରେ ସଂଖ୍ୟା ଲଘୁ ଓ ସଂଖ୍ୟା ଗରିଷ୍ଟ ଯୁଦ୍ଧରେ ପ୍ରତ୍ୟେକ ଦିନରେ ପ୍ରତ୍ୟେକ ବ୍ୟକ୍ତି ହାର ମାନି, ଗଣତନ୍ତ୍ରର ମହତ୍ତ୍ଵ, ରହସ୍ୟ, ଅର୍ଥ ଓ ଏହାର ପ୍ରୟୋଗ ଆମେ ବୁଝି ପାରୁନାହୁଁ। କିଏ ରୁଚି ଓ ପସନ୍ଦ ଅନୁସାରେ ନିଜ ଘରର ଖାଇବା ଟେବୁଲରେ ସାଙ୍ଗରେ ବସି ଉପେଖିତ୍ତ ତ କିଏ ଶ୍ରେଣୀରେ, କିଏ ପଞ୍ଚାୟତ, ସଂସଦ, ବିଧାନ ସୌଧ, ଓ କିଏ ସମାଜ ଓ ଦେଶରେ।
ଶିକ୍ଷା, ଆୟ, ଭୌତିକ ସମ୍ପତ୍ତିକୁ ନେଇ ନାରୀ ସବୁଠାରେ ଉପେକ୍ଷିତ। ଅଗଣତାନ୍ତ୍ରିକ ମନ ଭାବ ପାଇଁ ନାରୀ, ନାରୀ ଦ୍ଵାରା ଉପେକ୍ଷିତ। ପ୍ରତ୍ୟେକ ଦଳ, ଧର୍ମ, ଜାତୀ, ସମାଜରେ ଅଳ୍ପ ସଂଖ୍ୟକ ଉପେକ୍ଷିତ। ଗଣତନ୍ତ୍ର ଏକ ଏପରି ବ୍ୟବସ୍ଥା, ଯାହା ଉପେକ୍ଷିତକୁ ମର୍ଯ୍ୟଦା ଦିଏ, ନିଜ ମତ ବ୍ୟକ୍ତ କରିବା ପାଇଁ ସ୍ଵାଧୀନତା ଦିଏ, ବଞ୍ଚିବା ପାଇଁ ଆବଶ୍ୟକ ପରିବେଶ ନିଶ୍ଚିତ କରେ, ତେଣୁ ଗଣତନ୍ତ୍ର ସଭ୍ୟତାର ବାହ୍ୟ ରୂପ ଓ ଦୃଶ୍ୟ ଛବି। ଏହି ଭାବ ଧାରାକୁ ଜନଗଣରେ ଜାଗରଣ କରିବା ବୋଝ ଶ୍ଵେଚ୍ଛା ସେବୀ ଅନୁଷ୍ଠାନ ଓ ଏହାର କର୍ମ କର୍ତ୍ତା ମୂଳତଃ ଗୁରୁତ୍ବ ଦିଅନ୍ତି ଓ ନିଜର ସବୁ କାଯ୍ୟ ଓ କାର୍ଯ୍ୟ ପ୍ରଣାଳୀରେ ଦେଖାଇ ଥାଆନ୍ତି। ଏହି ବିଚାର ଧାରା ର ଆବଶ୍ୟକତାକୁ ଆଣିବା ଆଣିବାର୍ଯ୍ୟ ମନେକରି, ଅନେକ ଧନୀ, ମେଧାବୀ ଛାତ୍ର ଛାତ୍ରୀ, ଅଧିକାରୀ ଇତ୍ୟାଦି, ସ୍ୱେଛା ସେବୀ ଅନୁଷ୍ଠାନ ଓ ସଙ୍ଗଠନରେ ଯୋଗ ଦେଇ, ସ୍ବାର୍ଥ କୁ ଜଳାଞ୍ଜଳି ଦେଇ କାର୍ଯ୍ୟ କରନ୍ତି। ନିଜର ବୟୀସେଇକ ଜ୍ଞାନ ଓ କୌଶଳକୁ ବ୍ୟବହାର କରି ସରକାରୀ ଓ ବେସରକାରୀ ମହଲରେ, ବିଜ୍ଞାନିକ ନୀତିରେ ତଥ୍ୟ ଦେଇ, ଚକିତ କରନ୍ତି, ମନ ଜିଣନ୍ତି ଓ ଉଚିତ୍ ରାସ୍ତା ଦେଖାନ୍ତି, ସରକାର ମାନେ ତାହା ଜନ ହିତକର ଭାବି ଗ୍ରହଣ କରନ୍ତି। ସ୍ଥାନୀୟ ଯୋଜନା କମିଟି ହେଉକି ଜାତୀୟ ଯୋଜନା କମିଶନରେ ହେଉ, ସ୍ବେଚ୍ଛା ଦେବୀଙ୍କୁ ନିୟମିତ ନିମନ୍ତ୍ରଣ କରନ୍ତି, ଓ ସେମାନଙ୍କ ମତା ମତକୁ ଗୁରୁତ୍ବ ଦିଅନ୍ତି।
ଯେଉଁ ଦେଶରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ଯେତେ ମଜବୁତ୍ ଓ ସୁଦୃଢ଼, ଗଣ ତନ୍ତ୍ର ସେହିଦେଶରେ ସେତେ ଉଚ୍ଛ, ବ୍ୟବହାରିକ, ନବୀନ, ବଳିଷ୍ଠ, ଜନ ହିତକର ଓ ଉପେଖିତ୍ତଙ୍କ ସଂଖ୍ୟା ସେତେ କମ।
ସ୍ବେଚ୍ଛାସେବୀ ଅନୁଷ୍ଠାନ ଯଦି ମାନବ ଅଧିକାର ତ୍ୟାଗୀ ହୁଏ, ଓ ସରକାର ଯଦି ମାନବ ଅଧିକାରର ସ୍ୱରକୁ ଦମନ କରିବା ପାଇଁ ସ୍ବେଚ୍ଛାସେବୀ ଅନୁଷ୍ଠାନକୁ ଦମନ କରନ୍ତି, ଗଣତବ୍ ତୃଣ ମୂଳ ସ୍ତରରେ ଓ ସର୍ବ ଦେଶୀୟ ସ୍ଥରରେ ଦିଗ ହରା ହେବା ସୁନିଶ୍ଚିତ।
ଆଜି ଦେଶରେ ଟ୍ରଷ୍ଟ ଆଉ ସ୍ବେଚ୍ଛାସେବୀ ଅନୁଷ୍ଠାନ ମାନଙ୍କର ପଞ୍ଜିକରଣ କମି ଯାଉଛି ଓ କମ୍ପାନୀ ପଞ୍ଜିକରଣ ବଢୁଛି। ବ୍ୟବସାୟ ବୃଦ୍ଧି ଏକ ଶୁଭ ସଙ୍କେତ କିନ୍ତୁ ସାମାଜିକ ଓ ଆର୍ଥିକ ନ୍ୟାୟ ପାଇଁ ସ୍ବେଚ୍ଛାସେବୀ କାର୍ଯ୍ୟର ଆବଶ୍ୟକତା ଯେତେଦିନ ଯାଏ ସରକାରୀ ଅଧିକାରୀ ଓ ରାଜନେତା ପୁରଣ କରୁନାହାନ୍ତି, କଳାହାଣ୍ଡି, କୋରାପୁଟ, କନ୍ଧମାଳ, ଝାଡ଼ଖଣ୍ଡ ଓ ବିହାରରର ଭୂମି ହିନ, ଶିକ୍ଷା ବିହୀନ, ପରିଚୟ ପତ୍ର ବିହୀନ ଜନଜାତି ଓ ଅଣ ସୂଚିତ ଜାତି ଓ ତାଙ୍କର ମହିଳା, ଶିଶୁ ଓ ଭିନ୍ନ କ୍ଷମ ପାଇଁ କିଏ ଠିଆ ହେବ।
କେନ୍ଦ୍ର ଓ ରାଜ୍ୟ ସରକାର ଗୁଡ଼ିକ ସ୍ୱେଚ୍ଛା ସେବୀ ଓ ସେମାନଙ୍କର ଅନୁଷ୍ଠାନ ମାନଙ୍କୁ କିପରି ପ୍ରୋତ୍ସାହିତ କରୁଛନ୍ତି ତାହା ସ୍ପଷ୍ଟ କରିବା ଉଚିତ୍।
"କଳା ଧନ ଓ ସ୍ୱେଚ୍ଛା ସେବୀ ଅନୁଷ୍ଠାନ" ଏହା ସାଧାରଣ ଜନତା ମଧ୍ୟରେ ଏକ ଚର୍ଚ୍ଚା, ଓ ସନ୍ଦେହ। ଦରକାର ପଡ଼ିଲେ ସ୍ୱେଚ୍ଛା ସେବୀ, ବୃତ୍ତିଗତ ବିକାଶ କର୍ମୀ କହି ବା ବୃତ୍ତିଗତ ବିକାଶ ଅନୁଷ୍ଠାନ କହି, ଆୟରୁ ଅଧିକ ଧନ ସଂଗ୍ରହ କରୁଛନ୍ତି। ବାସ୍ତବ ସ୍ୱେଚ୍ଛା ସେବୀ ଓ ସ୍ୱେଚ୍ଛା ସେବୀ ଅନୁଷ୍ଠାନ ମାନଙ୍କୁ ଏହି ପରିସ୍ଥିତି ସମାଜରେ ଲଜ୍ଜିତ କରି ସାରିଛି। ତଥାପି ସ୍ୱେଚ୍ଛା ସେବୀ ଓ ସେମାନଙ୍କର ଅନୁଷ୍ଠାନ ମାନଙ୍କର ପ୍ରାସଙ୍ଗିକତା ଜାଇ ନାହିଁ।
ଅନୈତିକ ବିଦେଶୀ ଧନ ଗ୍ରହଣ ଓ ଅନୁଦାନ ଆତ୍ମସାତ ପାଇଁ ଅନେକ ଅନୁଷ୍ଠାନ ଗୁଡ଼ିକ ନିଜର ସରକାରୀ ସ୍ଵୀକୃତି ଓ ମଞ୍ଜୁରୀ ହରାଉଛନ୍ତି ସତ କିନ୍ତୁ, ସେହି ଅନୁଷ୍ଠାନ ଓ ତାଙ୍କର ଅଧିକାରୀ ଓ କର୍ମଚାରୀ ମାନେ ନ୍ୟାୟଳୟ ଦ୍ଵାରା ଦଣ୍ଡିତ, ପ୍ରାୟ ହେଉ ନାହାନ୍ତି। ବିଭିନ୍ନ ପ୍ରକାରର ସରକାରୀ ନିୟମ ଓ ନିୟନ୍ତ୍ରଣର ଶିକାର ହେଉଛୁ କହୁଥିବା ଅନେକ ଅନୁଷ୍ଠାନ ଗୁଡ଼ିକ, ନା ନ୍ୟାୟାଳୟର ଶରଣ ନେଉଛନ୍ତି, ନା ବିକ୍ଷୋପ ବା ଆନ୍ଦୋଳନ ପ୍ରଦର୍ଶନ କରୁଛନ୍ତି ନା ସମ୍ବାଦ ପତ୍ରରେ ନିଜର ନିର୍ମଳ ଭାବ ମୂର୍ତ୍ତି ଓ ସରକାର ଅନ୍ୟାୟ କରୁଛନ୍ତି ବୋଲି ସ୍ପଷ୍ଟ ଚିତ୍ର ଦେଉଛନ୍ତି। ଏପରି ସ୍ଥିତିରେ ନିରୀହ ସ୍ଵେଚ୍ଛା ମନୋବୃତ୍ତିର ସ୍ୱଳ୍ପ ପାଉଣା ପ୍ରାପ୍ତ କର୍ମଚାରୀ ମାନେ, ଅନୁଷ୍ଠାନ ରଦ୍ଦ ହେଲାପରେ ଆୟ ଉପାୟ ବିହୀନ ହୋଇ ସ୍ୱେଚ୍ଛା ମନ ଓ ଉଦ୍ୟମକୁ ନିଜ ମାନସ ପଟରେ ଦବେଇ ଦେଉଛନ୍ତି। ଏପରି ସ୍ଥଳେ ସରକାର, ଆସୁଥିବା ବିଦେଶୀ ଓ ସ୍ୱଦେଶୀ ପାଣ୍ଠିକୁ କମିଶନ ବା ପରିଷଦ ମାଧ୍ୟମରେ ବା ଜାତୀୟ ଓ ରାଜ୍ୟ ଗ୍ରାମୀଣ ବିକାଶ ଅନୁଷ୍ଠାନ ମାଧ୍ୟମରେ କିମ୍ବା ସଚ୍ଚୋଟ ମାନ୍ୟତା ପ୍ରାପ୍ତ ଅନୁଷ୍ଠାନ ମାନଙ୍କ ମାଧ୍ୟମରେ କାର୍ଯ୍ୟ ଜାରି କାହିଁକି ରଖୁ ନାହାନ୍ତି, ପ୍ରଶ୍ନ କରିବ କିଏ।
ଗଣତନ୍ତ୍ର, ପ୍ରଶାସନ, ବିକାଶ କୌଣସି ବି ଦେଶରେ, କୌଣସି ବି ଶାସନରେ, କୌଣସି ବି ସମୟରେ ସିଦ୍ଧ ଓ ସର୍ବ ମଙ୍ଗଳ କାରୀ ହୋଇ ନାହିଁ। ଉପେଖିତଙ୍କ ପାଇଁ ଯୁଗେ ଯୁଗେ ଶ୍ୱେଚ୍ଛା ସେବୀ, ଆନୁଷ୍ଠାନିକ ଭାବରେ ବା ବ୍ୟକ୍ତିଗତ ଭାବରେ, କାର୍ଯ୍ୟ କରି, ଉଦାହରଣ ପ୍ରସ୍ତୁତ କରି ଆସିଛନ୍ତି। ତେଣୁ ସ୍ୱେଚ୍ଛା ସେବୀ ଓ ସ୍ବେଚ୍ଛାସେବୀ ଅନୁଷ୍ଠାନ ମାନଙ୍କର ପ୍ରାସଙ୍ଗିକତାକୁ ଖଣ୍ଡନ କରିବା ଗଣତନ୍ତ୍ର ପାଇଁ ଶୁଭ ସଙ୍କେତ ନୁହେଁ।
ଡୁଇଟ ଡେଭିଡ ଫିଲିପ୍
ଲାହେରୀ ଥାନା,
ବିହାର ସରିଫ,