Saturday, July 16, 2022
ଓଁ ନମଃ, ସ୍ୱାହା
------------------
ମଣିଷ ସ୍ୱାହା, ପ୍ରକୃତିକୁ ନ୍ୟାରା,
ଖତ ହୋଇ ସବୁଜିମା ଓ ପଞ୍ଚ ଭୂତକୁ ସାହାରା,
ପ୍ରାକୃତିକ ମୃତ୍ୟୁ ବୟସ କାରଣ,
ଅପ୍ରାକୃତିକ ମୃତ୍ୟୁ, ସମାଜକୁ ଉଦାହରଣ ।
ଗଛଟିର ମୃତ୍ୟୁରେ, ପଞ୍ଚ ଭୁତକୁ ହାନି,
ବାୟୁ ପ୍ରଦୂଷଣକୁ ପଶୁ, ପକ୍ଷୀ, ଜୀବାଣୁ କିଟାଣୁ ଇତ୍ୟାଦି,
ମୃତ୍ତିକା ଅସଂରକ୍ଷଣ, ତାପ ଅନିୟନ୍ତ୍ରଣ,
ଓଜନ ସ୍ତରକୁ, ସର୍ବଦେଶୀୟ ଗ୍ଲାନି।
ରଚନା ସୃଷ୍ଟିର,
ମଣିଷ ଶ୍ରେଷ୍ଠ,
ଈଶ୍ୱର ଶାନ୍ତ,
ମଣିଷ ପରାକ୍ରାନ୍ତ ।
ମୃତ୍ୟୁ ପଞ୍ଜି କରଣ, ରାଷ୍ଟ୍ରୀୟ ବ୍ୟବସ୍ଥା,
ମଣିଷ ମାରିଲେ ବିଚାର ଓ ଦଣ୍ଡର ସକ୍ରିୟ ସଂସ୍ଥା ।
ନିଷ୍ଠୁରତା ତର୍ଜମା, ନ୍ୟାୟାଳୟ ଓ ସମାଜରେ ଚର୍ଚ୍ଚା,
ଗଛ ହଣା ନିୟମ କେବେ ହେବ ଚିନ୍ତା?
ରାଷ୍ଟ୍ର ଓ କମ୍ପାନୀ ଗଛ, ବଣର ଠିକା?
ପାଇଛନ୍ତିକି, ଶ୍ରେଷ୍ଠ ଶ୍ଲୋକର ଅଧିକାର, "ଓଁ ନମଃ, ସ୍ୱାହା " ।
ଡୁଇଟି ଡେଭିଡ ଫିଲିପ
ବସ ଯାତ୍ରୀ, ଭୁବନେଶ୍ଵର ରୁ ଭବାନିପାଟଣା, ଏ ସି ବସ
କର୍ମ କ୍ଷେତ୍ର, ଚାଇବସା, ଝାଡ଼ଖଣ୍ଡ
୯୪୩୭୧୦୪୩୦୩
୧୪/୦୭/୨୦୨୨