Monday, April 18, 2022
ଇଲେକ୍ସନ ପୂର୍ବରୁ
ଅଲ୍ଟାସାଉଁଣ୍ଡ ରିପୋର୍ଟ ପେପର୍ ରେ ଆସିଛି
କମ୍ପାନୀ, ରାଜନୀତିକୁ ରେପ୍ କରିଛି
ଧରାପଡ଼ିବାରୁ ଜାମିନ ପାଇ
କରୋନା ଓ ଗରିବୀ ଯାଆଳା ର ବାହାନା କରୁଛି
-------------------------------------
ଡମ୍ୱ, କନ୍ଧ, ପାଣ ତୁମେ କହୁଚ୍ଛ
ମୂଷାହାର ଭାରତେ, ଜଗତେ ପଛେ
ଝାଟି ମାଟି ଘରେ ସେ ଏବେ ବି ରହିଛି
ସରକାର ଦିଆ ତାର ପକ୍କା ଘର
ଶୀତ, ଖରା, ବର୍ଷା ଗେଷ୍ଟ ନୁହ,
ଘର ମେମ୍ୱର ହୋଇଛି
ନିଶାହାୟ ଲାଗେ କୋଟି ପତିବି
ଡିସେମ୍ବର ରାତିର ପ୍ଲାଟଫର୍ମରେ ବସିକି
ଏସି ରୁ ଓହ୍ଲାଇ, ଚଢ଼ି ଏସି କି
ବୁଝିପାରେ ନି ସେ ଝାଟି ମାଟି ଘରେ କଅ କଅ ଶବ୍ଦଟି
କୁକୁର ରାତିର ଚୂଲ୍ଲି ପାଉଶେ
ସକାଳୁ ଧୂର୍ କଲେ, କଷ୍ଟରେ ଉଠେ
ସେ ଏକା ମଣିଷ, ଏସିରେ, ଚା... ଟେ
ଆଉ ଏକ ମଣିଷ
'ଗରମ ଚାଏ ବାବୁ, ଥଣ୍ଡା ଦୂର କି ଯିୟେ'
କିଏ ଜାଣିଛି ସେ କେଉଁଠୁ ଆସେ
ଗରିବ ଓ ଦଳିତ, ଥଣ୍ଡାରେ ସିଝେ
କାଆ ଭା ଯଦି ଅନ୍ୟ ପ୍ରଦେଶେ
ବିହାର, ୟୁପି ରେ ସବୁଠି ମିଳେ
ମୋ ପେଶା କହେ ଏହାର ଅନ୍ତ ତୁ ଖୋଯେ
ନ ହେଲେ ତୋ ଶିକ୍ଷା, ଚୁଲ୍ଲିକୁ ସାଜେ
ପାଳ ର ଦାମ କିଏ ବୁଝିଛି
ଧାନରୁ ଯେ ଚାଉଳ ନିଜେ କରିଛି,
ରେଜେଇ, ଗଦା ତା ଘରେ ଜାଦା
ପାଳ ପକାଇ ସୁଏ ଚାଏ ଦେବା ବାଲା,
ପିଲାକୁ ସୁଆଇ ଚା ଆଣିଛି
'ପାଳ ସୁଆ ତାକୁ କି ମସ୍ତ୍ ଲାଗୁଛି',
ଦେବୁ ଯଦି ଭୋଟ, ଦେବି ଗୋଟେ
ନିଷ୍ପେସିତ ଦାଦନ, ପାଞ୍ଚ ବର୍ଷେ ଭାଗ୍ୟ ଥରେତ ଫିଟେ
ହାଏରେ ଦେଶର ରାଜନୀତି
ଦାଦନ ବୁଝିଛି
ଆମେ ଗୁଲାମ୍, ଏଟା ଆମ ନିୟତି
୬ କୁ ୯ ଓ ୯ କୁ ୬ ଯେ କରନ୍ତି
ତାର ଚାଲିଛି ଏଠି ରାଜନୀତି
ଆରିଷ୍ଟୋଟଲ, ଲୀଙ୍କନ୍, ରୁଶୋ ଚଳୁନି
ଜାତି, ଧର୍ମ, ଭାଷା, ପଇସା ହୋଲି ଖେଳୁଛି
ପୋଲିସ ସେଠି ବାବୁ ଆଇନ ପାଇ
ସୁପାରି ନିଏ ସୁଣିଛି ଆରକ୍ଷୀ ବାହିନୀ
ବାହାରେ ହୋଇଛି ଏହି ମର୍ଡର
ହାଜତରେସେ ଥିଲା ଦେଖାଉଛି ପୁଲିସ ରେକର୍ଡ
ପେଟକୁ ଗଣ୍ଡେ, ପିଠିକୁ ଖଣ୍ଡେ,
ଏପରି ନାରା ଭୋଟର୍ ଦରାଣ୍ଡେ
ସବୁ ଛକେ ଥିଲା ଲିଟ୍ଟି, ଚୋଖା
ଇଲେକ୍ସନ ଆଣିଛି ନାଲି ପାଣି ଓ ପଇସା
କରୋନା, କୋଭିଦ, ମାସ୍କ, ୱାସ, ଦୂରତା
ଇଲେକ୍ସନ ନିୟମ ସମସ୍ତଙ୍କ ପାଇ ତୁ ଯାଣିଥା
ଏକ କୋଟି ଭେକ୍ସିନ୍ନ ଦିଆ ସରିଛି
୩୫ କୋଟି ହେବ ଇଲେକ୍ସନରେ ଘାଣ୍ଟି
ଦୋଷ ହେବନି ସରକାରଙ୍କର
ଦୋଷ ଅଟେ ସତରେ ନ୍ୟୁ ଭେରିଏଣ୍ଟର
ଯିଏ ଯୋଗାଉଛି ପାର୍ଟି କୁ ମାଲ
ସେ ଦଲାଲ ହେଉ କି କମ୍ପାନୀ
ପସା ରେ ଚାଲିବ ତାର ଚାଲ
ଫୋନ, ପେଟ୍ରୋଲ, ଛଡ, ସିମେଣ୍ଟ, କାହାରି,
ଖେଳର ପ୍ରାୟୋଜକ ଓ ବାଜିବି ତାହାରି
ଖେଳଉନି ଖାଲି ସେ କ୍ରିକେଟ, ହକିକୁ
ଖେଳଉଛି ବି ଓ ରେପ୍ ବି କରୁଛି ରାଜନୀତି କୁ
ତୁମେ ଧରିଛ ଭୋଟ ଦେବୀ ବୋଲି ଭୋଟର୍ କାର୍ଡକୁ
ମୁଁ ଭାବୁଛି ଉଠାଇବ କିଏ କେବେ ଜାଆଳା ଶବକୁ
ଡୁଇଟ୍ ଡେଭିଡ ଫିଲିପ
ଲେହିରୀ ଥାନା
କlଟlପାର
ବିହାରଶରିଫ,
ନାଳନ୍ଦା, ବିହାର ୮୦୩୧୦୧
୯୪୩୭୧୦୪୩୦୩