Tuesday, December 27, 2022
ମୃତ୍ୟୁ ଓଢ଼ଣା ଦେଇଛି
----------
ମୃତ୍ୟୁ ଓଢ଼ଣା ଦେଇଛି,
ମୁହଁ ଦେଖିବାକୁ ଇଛା ହେଉଛି,
କାହାର ବହୁ କହି ହେଉନି,
ଅନେକଙ୍କୁ ଆକର୍ଷଣ କରୁଛି,
ବକ୍ଷ ତାର ଆକର୍ଷଣୀୟ, ନିଜେ ତାକୁ ସ୍ପଷ୍ଟ କରିଛି,
ବିପ୍ଳବୀ ଯୌବନ, ବିଦିର୍ଣ୍ଣ ହେବାକୁ ଓ ବିଦିର୍ଣ୍ଣ କରିବାକୁ ଇଚ୍ଛା କରୁଛି,
ବୁଢ଼ା ହୋଇ ଜାଗ୍ରତ, ଓଢ଼ଣା ଖୋଲିବାକୁ ଚାହୁଁଛି,
ପଦକ୍ଷେପ ନେବାକୁ ଇଚ୍ଛା, ଭିଡ଼ରେ ସାହସ ହେଉନି,
ମୃତ୍ୟୁ ଓଢ଼ଣା ଦେଇଛି.
କୁଞ୍ଚରେ ତାହାର ଅନେକ ରହସ୍ୟ ଛନ୍ଦି ହୋଇଛି,
ନିଜେ ହାତ ଦେଇ କୁଞ୍ଚ କରିଛି,
ନା ତାପାଇଁ କିଏ କୁଞ୍ଚ କରି ଦେଇଛି, ପ୍ରତ୍ୟେକ, କୁଞ୍ଛ ଦେଖିବାକୁ ଭଲ ଲାଗୁଛି,
କୁଞ୍ଚର ବାହାର ଭାଙ୍ଗ ସ୍ପଷ୍ଟ, ଭିତର ଭାଙ୍ଗ ଲୁଚି ଯାଉଛି,
ଗଳାର ହାର, କାନର ଫୁଲ, ଢାଙ୍କି ହେଲେବି ଚକ୍ ଚକ ମାରୁଛି,
ନିତମ୍ବ ରେ ମୁଣ୍ଡର ଚୁଟି, ସତୀ ସାବିତ୍ରୀ ନା ବେଶ୍ୟା କହି ହେଉନି,
ମୃତ୍ୟୁ ଓଢ଼ଣା ଦେଇଛି
ମୁଣ୍ଡରୁ ପାଦ, ଲୁଚିଛି,
ପାଦ ଦୁଇ ଗୋରା, ସିଦ୍ଦୁର ଦିଶୁଛି,
ମୁଁହ ରୁକ୍ଷ ନା ସୋମ୍ୟ ଜାଣି ହେଉନି,
ଗଳା ଚିପି ହୋଇ ମରିଛି,
କିଏ ମାରିଲା ନା ନିଜେ ମରିଲା
ନା ଜଗୁଆଳି, ମାଲିକଙ୍କ ଗହଣରେ କାରନାମା କରିଛି।
ମୃତ୍ୟୁ ଓଢ଼ଣା ଦେଇଛି,
ମୁଁହ ଦେଖିବାକୁ ଇଛା ହେଉଛି,
ମାଲିକଙ୍କ ଗହଣରେ, କାରନାମା କରିଛି କି?
ଡୁଇଟ ଡେଭିଡ ଫୀଳିପ
ଭବାନୀପାଟଣା, କଳାହାଣ୍ଡି
୨୪/୧୨/୨୦୨୨
klddavid@rediffmail.com
9437104303