ଭ୍ରୁଣ ନୁହେଁ, ଗର୍ଭରେ ହତ୍ୟା

ଭ୍ରୁଣ ନୁହେଁ, ଗର୍ଭରେ ହତ୍ୟା
-------------
ଭ୍ରୁଣ ଅନେକ ହୋଇସାରିଛି ପରିପକ୍ୱ,
ଜନ୍ମ ନେଇ ପାରୁନି, ନାହିଁ ଅଧିକାର,
"ହିରକିରି"  ଦିଅ ଆମକୁ ଅଧିକାର,
ହେ ସର୍ବୋଚ୍ଚ ନ୍ୟାୟଳୟ କର ଆମର ବିଚାର...
ବହି, ଚଳଚ୍ଚିତ୍ର, ସଙ୍ଗୀତ, ଲେଖା ଆଦି ବନ୍ଦୀ, 
ଜନ୍ମ ହେବା ପୂର୍ବୁ ଗର୍ଭରେ ହତ୍ୟା କାହିଁକି?

ବୁଦ୍ଧ, ଖ୍ରୀଷ୍ଟ, ମହମ୍ମଦ, ଗାନ୍ଧୀ ଛବି,
କାନ୍ଦୁଛନ୍ତି ଗର୍ଭରେ ଅନେକଙ୍କ ବସି,
ଫୁଲ ପାଉଛନ୍ତି କାନ୍ଥରେ ରହି,
ପଦାକୁ ବାହାରିଲେ ଭଲ ଲାଗୁନି।

ପୋଲିସ, ବିଚାରପତି, ଅଧ୍ୟାପକ, ଅଧିକାରି କେତେକ ହିତକାଙ୍ଖୀ କହନ୍ତି,
ସମୟ ଠିକ ନାହିଁ, ବିଚାର ପ୍ରକାଶ କଲେ ଫୁଲ ପାଇବ କାନ୍ଥରେ ରହି ।

ଡୁଇଟି ଡେଭିଡ ଫିଲିପ
ଆମା ଟୋଲା, ଚାଇବାଶା, 
ଝାଡଖଣ୍ଡ,
୨୪/୦୭/୨୦୨୨
୯୪୩୭୧୦୪୩୦୩

Contact Here

Name

Email *

Message *