Monday, April 18, 2022
କିଏ, କିଏ, ଛାଡ, ଛାଡ ପାଟି ହେଉଛି
ଦେଖ, 'ଗଣନା ଓ ଯୋଜନାର' ବେକକୁ,
'ଖଜଣା' ଚାପି ଧରିଛି
---------------------
ବାହା, ବ୍ରତ, ଜନ୍ମ, ମୃତ୍ୟୁ, ଶ୍ରାଦ୍ଧ ଘରେ
ବଜେଟ ପାଇ ଗଣନା ହୁଏ ସାଙ୍ଗେ ସାଙ୍ଗେ
ବ୍ୟବସାୟୀ ହେଉ କି ଚାକିରିୟା
ବଜେଟ ନାହିତ, ହନିମୁନ, ପ୍ରସୂତି ଠିଆ ଠିଆ
ଏକ୍କସିଡେଣ୍ଟରେ ବିମା ଓ ଅଭାବେ ଧାରୁଆ
ସମସ୍ତଙ୍କ ପାଇଁ ଏ ସ୍ଥିତି ଲାଗେ ଅଡ଼ୁଆ
ହସି ହସି ବଞ୍ଚୁଚ୍ଛି ସିଏରେ ଭାଇ
ଆୟ ଭିତରେ ବ୍ୟୟ ଯିଏ କରୁଛି ଜାଇ
ଯୋଜନା ଆୟୋଗ ହେଉ କି ନୀତି ଆୟୋଗ
ସାଂସଦ ରଖନ୍ତ୍ତି ତାର ସମନ୍ୟୁୟ
ଗାଆଁଠୁ ପ୍ରଦେଶ, ପ୍ରଦେଶରୁ ଦେଶ
ଏକାରେ ଭାଇ ଗଣନା, ଖଜଣା, ଯୋଜନା ଗଣିତ
ହରତାଲ, ଜଳା, ପୋଡ଼ା, ସବୁଦିନିଆ ଖବର
ହତାଶ ଯାହାର ନାଇ, ଚାକିରି ଅବା ବେପାର
ଜଳ, ଜଙ୍ଗଲ, ଜମି, ଖଣି ସବୁ ରହିଛି
କମ୍ପାନୀ କହୁଛି ସବୁ ଆମରି ହୋଇଛି
ଭାଭାରେ ବିଜ୍ଞାନୀ, ଆଇ ଆଇ ଟି ରେ ଜ୍ଞାନୀ
କମ୍ପାନୀ ମାଲାମାଲ ରପ୍ତାନି ଓ ଆମଦାନୀ
ଆଇ.ଏ.ଏସ ସାଙ୍ଗକୁ ସାଂସଦ ଆମର
ଗଣନା, ଯୋଜନା, ଖଜଣା ବି ଆମର
ନିର୍ବାଚନ ଇସ୍ତିହାର ନୁହେଁ କି ସମ୍ବିଧାନ ନୀତି
ଆମେ ଯାଗୁ ଦେଲେ ଭାଷା, ଧର୍ମ ଓ ଜାତିର ତାତି
ଗଣନା ନୁଆରେ ସରକାର କରିବ
ଓବିସି ଯାଇ ଏମପିଆର୍, ସିଏଏ କହୁଛ ଆଣିବ
ଚାଷୀ, ଯୁବକ, ମଜୁରିଆ ଭଉଣୀ ଓ ଭାଇ
ହାଙ୍କୁଛ ଦେବାକୁ ଋଣ, ଚାକିରି, ସ୍କିଲ ପାଇ
ବିଜ୍ଞାନତ ଦେଲା ଜନ୍ମ, ମୃତ୍ୟ, ବେକାରୀ ହାର
ଜାଣିଛ କେଉଁ ଶ୍ରେଣୀରେ କେତେ ଛାତ୍ରଆମର
ବେକାରୀ ଓ ଖାଲି ସ୍ଥାନ ଡାଟାତ ସ୍ପଷ୍ଟ
କୃଷିରେ, କି ଶିଳ୍ପରେ, କି ସେବା, କି ବିଦେସେ
କରୁନ ସ୍ପଷ୍ଟ
ଉଚିତ୍ ବନ୍ଦୋବସ୍ତ୍ର ବିବାହ ନୀତି ନାହିଁ ତୁମରି
ପ୍ରସବ କରୁଛ କୁପୋଷଣ, ବେକାରି, ଭିକାରୀ
କିଏ, କିଏ, ଛାଡ, ଛାଡ ପାଟି ହେଉଛି
ଦେଖ, 'ଗଣନା ଓ ଯୋଜନାର' ବେକକୁ,
'ଖଜଣା' ଚାପି ଧରିଛି
ଡୁଇଟ୍ ଡେଭିଡ ଫିଲିପ
ଲେହିରୀ ଥାନା
କାଟାପାର
ବିହାରଶରିଫ,
ନାଳନ୍ଦା, ବିହାର ୮୦୩୧୦୧
୯୪୩୭୧୦୪୩୦୩