Tuesday, March 22, 2022
ରେଜା
---------
କିଏ ହେବ ମାମୁ, କକା, ମଉସା, ପିଉସା
କିଏ ହେବ ବଡ଼ ଭାଇ, ଗୁରୁ ଦେବତା
ଜନ୍ମ ହୋଇ କେବେ କିଶୋରୀ ହେଲି
ଗରିବର ଦରକାର କଣ ବୁଝିଲ ନାହିଁ?
ଶାଗ ପଖାଳ ଖାଇ ବଡ଼ ହେଲି
ଖେଳନାଟେ ପାଇ ସ୍ବପ୍ନ ଦେଖୁ ଥିଲି
ଚିରା ପିନ୍ଧୁ ଥିଲି ତୁମ ଆଖି ପଡ଼ିଲା ନାହିଁ,
କିଶୋରୀରୁ ହେଲି ଏବେ ମୁଁ ଯୁବା,
ଏବେ ପଚରୁଛ ମୋତେ "ତୋ ନା"?
ବହି ଚପଲର ଯୁଗାଡ ନ ଥିଲା
ବାପା କହୁଥିଲେ ଏ କାଇ ଜନ୍ମ ହେଲା
କିଛି ଦିନ ଭାତ ପାଇ ସ୍କୁଲ୍ ଗଲି
ସାନିଟାରୀ ପେଡି ନ ପାଇ ସ୍କୁଲ୍ ଛାଡ଼ିଲି
ଏବେ ମୁଁ ବାହାରିଛି ମୋର ଯୋଗାର୍ଡ ପାଇ
ବାପା ମାଁ ମୁହଁରେ ହସ ମୋ ପଇସା ପାଇ,
କାମ କରି ଗଲେ ଲାଇନ ମାରୁଛ
ମୁହଁ ଗାଜି ଚାଲିଲେ ଅଶ୍ଳୀଳ କମେଣ୍ଟ ମାରୁଛ
ଏ ଦେହ ମୋ ପରିବାର ର ସାହାରା ହୋଇଛି
ଘରୁ ବାହାରିଲେ ବୋଝ ହେଉଛି।
ନ ଥାଆନ୍ତା ଯଦି ମୋ ଲମ୍ବା ଚୁଟି ଏ ସ୍ତନ ଯୁଡେ
ନିଶ୍ଚିନ୍ତ ହୁଅନ୍ତି ସତ, ତୁମେ ସବୁ କହନ୍ତ ନାଲାୟେକ୍ ଟିଏ
ଆଖି ତୁମର, ନା ଯୌବନ ମୋର
ଦୋଷ କାହାର ବିଚାର କର
ମୋ ଯୌବନରେ ତୁମରି କି ଦାନ
ସମାଜ, ଦେଶ ନୁହେଁ ପ୍ରକୃତିର ଅବଦାନ
ଡୁଇଟ୍ ଡେଭିଡ ଫିଲିପ
ଲେହିରୀ ଥାନା
କାଟାପାର
ବିହାରଶରିଫ,
ନାଳନ୍ଦା, ବିହାର ୮୦୩୧୦୧
୯୪୩୭୧୦୪୩୦୩