Tuesday, March 15, 2022
ଦଙ୍ଗା ଆସିଛି ମୋ ଉପରକୁ
------------------------------
ଦଙ୍ଗା ଆସିଛି ମୋ ଉପରକୁ
କ୍ଷମା ନାହିଁ ଆମ ଜାତି ଧର୍ମକୁ
ହୀନ ନୁହେଁ ମୋ ଅଙ୍ଗ ଯୌବନ ସ୍ତନ
ଘାତକ ହୋଇ ପାଉଛ ମୋଠୁ ନିର୍ବାଣ
ଧର୍ମ ନୁହେଁ ଏ ଇର୍ଷାର ବାତ୍ୟା
ପୌରୁଷ କି ଜାଣେ ଗର୍ଭ ବେଦନାର ବ୍ୟଥା
ଜନ୍ମ ଦେଇଛି ଦେଖିଆ ତୋହାରି ପିଲା
ଦଙ୍ଗା ଦିନର ମୁଁ ଧର୍ଷିତା ମନେ ରଖିଥା
ପାଳିବି ପିଲାକୁ ଜନ୍ମ ମୁଁ ଦେଇଛି
ବିର୍ଯ୍ୟ ଶକ୍ତି ପ୍ରଦର୍ଶନ ତୋଠୁ ହୋଇଛି,
ଅବଳାର ସ୍ତନାଗ୍ର ସେ ମୋ ଚାଟିଛି,
କାନ୍ଦି କାନ୍ଦି କ୍ଷୀର ନୁହେଁ, ରକ୍ତ ମୋ ପିଇଛି
ମୋ ପ୍ରେମ, କ୍ଷମା, ତ୍ୟାଗ, ଦୟା ସେ ଶିଖିବ
ଗାନ୍ଧୀ ଯୀଶୁ ହୋଇ ତୋ ପିଲାଙ୍କୁ ଜଗିବ
ଦଙ୍ଗା କରିବୁ ଯଦି ଏପିଲା ମୋହର
ତିଲକ ଲଗାଇବ ଏ ଜାଣି ପାରିବୁନି କାହାର
ଏ ରକ୍ତରେ ସେ ରକ୍ତ ମିଶି ସୃଷ୍ଟି ହେଉଛି
ଛି ତୋ ରକ୍ତ, ଧର୍ମ ଜାତି ଭାଷା ଡିଏନ୍ଏ କହୁଛି
ଦଙ୍ଗା ଆସିଛି ମୋ ଉପରକୁ
କହିଦେ ମୋତେ ଦଙ୍ଗା ଦିନର ପିଲା କାହାଠୁ
ଡୁଇଟ୍ ଡେଭିଡ ଫିଲିପ
ଲେହିରୀ ଥାନା
କାଟାପାର
ବିହାରଶରିଫ,
ନାଳନ୍ଦା, ବିହାର ୮୦୩୧୦୧
୯୪୩୭୧୦୪୩୦୩