ଆଜି ରାମ ନବମୀ ଓ ଯୀଶୁଙ୍କ ବିଜୟ ଯାତ୍ରା

ଆଜି ରାମ ନବମୀ ଓ ଯୀଶୁଙ୍କ ବିଜୟ ଯାତ୍ରା
--------------------------
ପ୍ରଭୁ ବିଷ୍ଣୁଙ୍କ ରାମଙ୍କ ରୂପରେ ସପ୍ତମ ଅବତାର,
ରାମ ମନ୍ତ୍ର ଜପିଲେ ମିଳେ ପୁଣ୍ୟ, ସ୍ବାସ୍ଥ୍ୟ, ସମୃଦ୍ଧିର ଉପହାର,
ସମୃଦ୍ଧ ଭାରତ, ସର୍ବଶ୍ରେଷ୍ଠ ଇତିହାସ 
ମନ୍ତ୍ର ଜପି ଜାଣିନି ଭୋକିଲା ରହୁଛି ଉପବାସ

ଦୁଇହଜାର ବର୍ଷ ପୂର୍ବେ ପ୍ରଭୁ ଯୀଶୁ ଆସିଲେ ଭାରତ
ସମୃଦ୍ଧ ଦଳିତ, ନୀତି ଗତି ଦେଖି ହେଲେ ତାଙ୍କ ଶିଷ୍ୟ,
କ୍ଷମା, ଦୟା, ସେବା ତାଙ୍କର ଅମୃତ ବାକ୍ୟ,
ଖଣ୍ଡ ବିଖଣ୍ଡିତ ଖ୍ରୀଷ୍ଟିଆନ ସଂପ୍ରଦାୟ ଯୀଶୁଙ୍କ ଶରୀର

ବିଶ୍ଵ ଦରବାରରେ ଆମଠି ବେଶୀ ଭୋକିଲା,
କୁପୋଷଣ, ସାମାଜିକ ସୁରକ୍ଷା ଆମ ବୃହତ କାମ ହେଲା

ଆଇନ ଥାଇ ନାରୀ ଓ ଦଳିତ ନିର୍ଯାତିତ, ସୋଶିତ, ଦାଦନ,
ଜେଲ୍ ଜନସଂଖ୍ୟା ହେବ ଗୋଟିଏ ଛୋଟ ଦେଶ ସମାନ

ରାମ ନବମୀ ଓ ଯୀଶୁଙ୍କ ବିଜୟ ଯାତ୍ରା ଆଜି
ପଣ କରିବା କି କ୍ଷମା, ଦୟା, ସେବାର ମନ୍ତ୍ର ଜପି

ମନ୍ତ୍ର ଓ ଗୁଣର ସମାବେଶ ସବୁଦେହେ ଆଣୁ ଏ ପର୍ବ,
ପୁଞ୍ଜି ପତି ଖାଲି ନୁହଁ, ସର୍ବେ ଭବନ୍ତୁ ପୁଣ୍ୟ, ସ୍ବାସ୍ଥ୍ୟ, ସମୃଦ୍ଧ

ସଫଳ ହେବ ରାମ ନବମୀ ଓ ଯୀଶୁଙ୍କ ବିଜୟ ଯାତ୍ରା,
ଦଳିତ, ନିଷ୍ପେସିତ, ଭୋକିଲା ଯେବେ ସର୍ବେକ୍ଷଣରେ ହରାଇବେ ସତ୍ତା

ଡୁଇଟ୍ ଡେଭିଡ ଫିଲିପ
ଲେହିରୀ ଥାନା
କାଟାପାର
ବିହାରଶରିଫ, 
ନାଳନ୍ଦା, ବିହାର ୮୦୩୧୦୧
୯୪୩୭୧୦୪୩୦୩

Contact Here

Name

Email *

Message *