Friday, May 13, 2022
ହୀନ ମହାନ
--------------
ମାଟିରେ ମାଟି
ତୁ କେତେ ହୀନ,
ସମସ୍ତଙ୍କୁ ଡାକି ତୋଠି କରୁଛୁ ଲୀନ ।
ମାଟିରେ ମାଟି
ତୁ କେତେ ମହାନ,
ସମସ୍ତଙ୍କୁ ଡାକି ଦେଉଛୁ ନୂଆ ଜୀବନ ।
ମାଟିରେ ମାଟି
ତୁ ଖାଉ କଣ, ସମସ୍ତେ ବହିଯାନ୍ତି,
ସମୟ, ବ୍ୟଥା, ବେଦନା, ଆନନ୍ଦ, ବିଳାସ
ଖରା, ବର୍ଷା, ଶୀତ,
ସମସ୍ତଙ୍କୁ ଦେଉ ନୂଆ ଜୀବନ ।
ମାଟିରେ ମାଟି ତୁକଣ,
ସହୁଛୁ, ଭାବୁଛି, ତୋର ଏହି ସବୁଠୁ ବଡ ଗୁଣ ।
ମାଟିରେ ମାଟି
ତୋରି ବକ୍ଷରେ ରହିଛି,
ନାନା ରଙ୍ଗ, ନାନା ଗୀତ,
ଶକ୍ତ, କଠୀନ, ଉଷ୍ମ, କୋମଳ, ଥଣ୍ଡା, ଗରମ,
ତୋ ବକ୍ଷରେ ହେବି ମୁଁ ବି ଲୀନ ।
ଡୁଇଟ୍ ଡେଭିଡ ଫିଲିପ
ଉତ୍କଳ ହସ୍ପିଟାଲ
ଭୁବନେଶ୍ୱର
୯୪୩୭୧୦୪୩୦୩