ସ୍ମୃତିର ଯଦି ଶରୀର ଥାଆନ୍ତା

ସ୍ମୃତିର ଯଦି ଶରୀର ଥାଆନ୍ତା
---------
ଭାବପ୍ରବଣତା ମାନେ ନି ଦୂରତା,
ପ୍ରିୟା ସହିତ ପ୍ରଣୟ,
ବିଦାୟ ମାନେନୀ ହୃଦୟ,
ଅବାସ୍ତବ ଲାଗେ ସଦ୍ୟ,
ଚକ୍ଷୁରେ ଖେଳି ଯାଏ ସେ ବାସ୍ତବ ଚିତ୍ର, ଆଜି ଯାହା କେବଳ ସ୍ମୃତିର ଚିତ୍ର।

ଇନ୍ଦ୍ରିୟଙ୍କୁ, ମନ ଡରିଯାଇ ପଚାରେ, ତୁ କଣ ଭୁଲିନୁ, ଆଜିବି ଏତେ ସଦ୍ୟ ଓ ସଚେତ,
"ସବୁତ ଭୁଲି ସାରିଛି ଭାବୁଥିଲି,
କେମିତି ମନେ ପଡ଼ି ଗଲା ସେହି ଚିତ୍ର"।

ସୁଖୀ ଯାଇଛି ସିନା ଚକ୍ଷୁର ଅଶ୍ରୁ ଓ ଲୋତକ,
ସ୍ମୃତି ସମୟକୁ, ହାର ମାନିନୀ,

ଯଦିଓ ସେଇ କିଛି ଶବ୍ଦ, ନିଃଶ୍ୱାସ, ସ୍ପର୍ଶ, ଲହର, ଗନ୍ଧ, 
ସମୟ ପରେ ଢେଉ ପରେ ଢେଉ ହୋଇ ସେସବୁ ଆସି ଚାଲି ଯାଇଛି ସତ,
ହଁ ଏଇ କିଛି ସମୟ ଆଗରୁ, ଖେଳି ଗଲା ସେ ବାସ୍ତବ ଚିତ୍ର।

ମିଳନ ଓ ବିୟୋଗ ପାଇ ଆଜି ମୋର ଏହି ପରିଚୟ।

ଭାବପ୍ରବଣତା ମାନେନି ଦୂରତା,
ପ୍ରିୟା ସହିତ ପ୍ରଣୟ, 
ଅଜାଣତରେ, ବିନା ଶରୀରରେ, ସ୍ମୃତିକୁ ଧନ୍ୟବାଦ୍,
ଅବାସ୍ତବ ଆଜି ଲାଗେ ସଦ୍ୟ,
ସ୍ମୃତିର ଯଦି ଶରୀର ଥାଆନ୍ତା!

ପାକଳ, ନିଶ, ଦାଢ଼ି, ଚୁଟି, ଚର୍ମ,
ସ୍ମୃତିକୁ କରୁଛି ପ୍ରଣାମ।
ଅନେକ ବର୍ଷ ପରେ, ଦେଖି ଅନ୍ୟ ଏକ ଚିତ୍ର।

ଅନେକ ପବନ ଆସି ଗଲା,
ଏହି ପବନ, ମନେ ରହିଗଲା।

ଡୁଇଟ ଡେଭିଡ ଫିଲିପ୍
ଚାଇବସା, ଝାଡ଼ଖଣ୍ଡ
୨୭/୧୧/୨୦୨୨
9437104303
klddavid@rediffmail.com

Contact Here

Name

Email *

Message *