Thursday, July 28, 2022
ରାତି ରେ
---------
ରାତି ରେ, ତୁ ଏତେ ଗାଢ଼ ଯେ
ଜହ୍ନ ଓ ତାରା ଆଲୁଅ ନ ଥାଇ ଚକ୍ ଚକ୍,
ରାତି ରେ, ତୁ ଏଡେ ଯୋଦ୍ଧା ଯେ
ଯୁଦ୍ଧ ନକରି ସମସ୍ତେ, ମାନନ୍ତି ହାର,
ରାତି ରେ, ତୁ ଏତେ ଶୁନ ଶାନ୍ ଯେ
ମୋ ପ୍ରେମିକାର ଫୁସ୍ ଫୁସ୍ ବି ସ୍ପଷ୍ଟ
ରାତି ରେ, ତୁ ଏତେ ନିୟମିତ ଯେ,
ତୁ ନ ଆସିଲେ ଲାଗୁନି ଟିକେବି ଭଲ।
ରାତି ରେ, ତୁ ଏତେ ଅମାଇକ ଯେ,
ଯାହା ଘଟି ଗଲେବି ରହୁଛୁ ଚୁପ୍ ଚାପ୍।
ପ୍ରଥମ ରାତ୍ରି ମନେ ପଡୁନି,
ଶେଷ ରାତ୍ରି ପାଇ ମୁଁ ପ୍ରସ୍ତୁତ ହୋଇନି,
ତୁ ଏତେ ଥର ଆସୁଛୁ ତୋଠୁ ମୁଁ କିଛି ଶିଖି ପାରିଲି ନି।
ଡୁଇଟି ଡେଭିଡ ଫିଲିପ
ଆମା ଟୋଲା, ଚାଇବାଶା,
ଝାଡଖଣ୍ଡ,
୨୮/୦୭/୨୦୨୨
୯୪୩୭୧୦୪୩୦୩