ଯାତ୍ରାରେ

ଯାତ୍ରାରେ 
------------
ତୁମ ଚେହେରାରେ ଏକ
ଶିଶୁ ବସିଛି,
ଲାଗୁଛି, ମୁର୍କି ମୂର୍କି କେତେବେଳେ ହସୁଛି,

ତୁମ ଓଠରେ ଏବେବି କାମନା ଝରୁଛି,
ଯୌବନ କି ତୁମର ଫେରି ଆସିଛି?

ତୁମ କଥାରେ କେତେବେଳେ ଗାମ୍ଭୀର୍ଯ୍ୟ ଦିଶୁଛି,
ବୟସ ପ୍ରାପ୍ତ ମଣିଷ ଲାଗୁଛି,

ବୟସ ତୁମ କଥା ମାନୁନି,
ତୁମ ଚକ୍ଲେଟ, ଫୁଟବଲ୍, ଫୁଲ, ଗୀତ, ଉପନ୍ୟାସ ଓ ଚଳଚିତ୍ର ରୁଚି ମୋତେ ଭ୍ରମରେ ପକାଉଛି,

ବୟସ ତୁମର କେତେ?
ପଚାରିବାକୁ ଡର ମାଡ଼ୁଛି!

ଲାଗୁଛି,
ଯାହା ଖୋଜୁଛି ତୁମଠି ଅଛି,

କହିବି କେମିତି,
ତୁମକୁ ପସନ୍ଦ୍ କରୁଛି।

ଡୁଇଟ୍ ଡେଭିଡ ଫିଲିପ
ଲେହିରୀ ଥାନା
କାଟାପାର
ବିହାରଶରିଫ, 
ନାଳନ୍ଦା, ବିହାର ୮୦୩୧୦୧
୯୪୩୭୧୦୪୩୦୩

Contact Here

Name

Email *

Message *